ମାଟିରେ ମିଶିବ ବହୁଚର୍ଚ୍ଚିତ ଟ୍ୱିନ ଟାୱାର
ନୂଆଦିଲ୍ଲୀ: କେମିତି ହେବ ଏହି ବିଶାଳ ଟ୍ୱିନ୍ ଟାୱାର ଧ୍ୱଂସ ପ୍ରକ୍ରିୟା ? କିପରି ପ୍ରଭାବିତ ନହେବେ ସ୍ଥାନୀୟ ସାଧାରଣ ବାସିନ୍ଦା ଓ ପରିବେଶ ? ହାତରେ ମାତ୍ର କେତେ ଘଣ୍ଟା ମାଟିରେ ମିଶିବ ଅଟ୍ଟାଳିକା । ନୋଏଡାର ବହୁଚର୍ଚ୍ଚିତ ସୁଉଚ୍ଚ ଅଟ୍ଟାଳିକା ଟ୍ୱିନ ଟାୱାର ଆଜି ମାଟିରେ ମିଶିବ । ସଫଳତାର ସହ ଏହି କାର୍ୟ୍ୟକ୍ରମକୁ ଶେଷ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି । କୌଣସି ଅଘଟଣ କିମ୍ବା ଧନ ଜୀବନ ହାନୀକୁ ସମ୍ପୂର୍ଣ୍ଣ ଏଡାଇ ଏହି କଂକ୍ରିଟ ପାହଡକୁ ସମୂଳେ ମାଟିରେ ମିଶାଇବା ପାଇଁ ବୈଷୟିକ ତଥା ପ୍ରାଶାସନିକ ସ୍ତରରେ ସମ୍ପୂର୍ଣ୍ଣ ପ୍ରସ୍ତୁତି ଶେଷ ହୋଇଛି ।
ଦେଶରେ ପ୍ରଥମ ଥର ପାଇଁ ଏପରି ସୁଉଚ୍ଚ ଅଟ୍ଟାଳିକାକୁ ସମ୍ପୂର୍ଣ୍ଣ ନୂତନ ତଥା ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର କରି ଭଙ୍ଗାଯିବାକୁ ଯାଉଛି । ଏକାଧିକ ନିର୍ମାଣ ସମ୍ପର୍କିତ ନିୟମ ଓ ଅନୁମୋଦନକୁ ଅଣଦେଖା କରି ସମ୍ପୂର୍ଣ୍ଣ ବେଆଇନ ଭାବେ ନୋଏଡାର ସେକ୍ଟର ୯୩ଇରେ ଅବସ୍ଥିତ ଆକାଶକୁ ମୁଣ୍ଡ ଟେକି ଠିଆ ହୋଇଥିବା ଏହି ଅଟ୍ଟାଳିକାକୁ ଭାଙ୍ଗିବାର ଦାୟିତ୍ୱ ଏକ ଇଞ୍ଜିନିୟରିଂ କମ୍ପାନୀକୁ ଦେଇଛନ୍ତି ସରକାର ।
ସେଣ୍ଟ୍ରାଲ୍ ବିଲଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (ସିବିଆଇ)ଏହାର ଭଙ୍ଗ ନେଇ କୌଣସି ଆପତ୍ତି ନଥିବା ପ୍ରମାଣପତ୍ର ପ୍ରଦାନ କରିବା ପରେ ଏହାକୁ ସର୍ବୋଚ୍ଚ କୋର୍ଟରେ ଦାଖଲ କରାଯାଇଥିଲା । ପରେ ସର୍ବୋଚ୍ଚ କୋର୍ଟଙ୍କ ସବୁଜ ସଙ୍କେତ ଏହାକୁ ଭାଙ୍ଗି ମାଟିରେ ମିଶାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି । ଯାହାକି ଆଜି ବାସ୍ତବତାର ରୂପ ନେବାକୁ ଯାଉଛି ।
Comments are closed.