ସଂସଦରେ ନ ଥାଇ ମଧ୍ୟ ଗୃହରୁ ନିଲମ୍ବିତ ହେଲେ ସାଂସଦ

ଲୋକସଭାରେ ଆଜି ଅଜବ ଘଟଣା ଘଟିଛି। ଅନୁପସ୍ଥିତ ଥାଇ ମଧ୍ୟ ଲୋକସଭାରୁ ନିଲମ୍ବିତ ହୋଇଛନ୍ତି ଡିଏମକେ ସାଂସଦ ଏସ୍‌ଆର ପ୍ରତିବନ। ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଅଭିଯୋଗରେ ଆଜି ଲୋକସଭାରୁ ମୋଟ ୧୪ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା। ଏହି ୧୪ ଜଣଙ୍କ ମଧ୍ୟରେ ପ୍ରତିବନଙ୍କ ନାଁ ମଧ୍ୟ ରହିଥିଲା।

ତେବେ ଏହାକୁ ନେଇ ବିବାଦ ସୃଷ୍ଟି ହେବାରୁ ସରକାରୀ କଳ ପକ୍ଷରୁ ତ୍ରୁଟିକୁ ସଂଶୋଧନ କରାଯାଇଛି। ଭୁଲ ବଶତଃ ନିଲମ୍ବିତ ହୋଇଥିବା ସାଂସଦମାନଙ୍କ ତାଲିକାରେ ପ୍ରତିବନଙ୍କ ନାଁ ରହି ଯାଇଥିବା ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ୧୪ ନୁହେଁ ବରଂ ୧୩ ଜଣ ବିରୋଧୀ ଦଳର ସାଂସଦଙ୍କୁ ନିଲମ୍ବିତ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସ୍ପଷ୍ଟ କରିଛନ୍ତି।

ଆଜି ଅପରାହ୍ନରେ ୧୪ ଜଣ ସାଂସଦଙ୍କୁ ଶୀତ ଅଧିବେଶନର ବଳକା ଦିନ ଗୁଡ଼ିକରୁ ନିଲମ୍ବିତ କରାଯିବା ନେଇ ସୂଚନା ମିଳିବା ପରେ ଡିଏମକେ ଆକ୍ରମଣ ମୁଦ୍ରାକୁ ଚାଲି ଆସିଥିଲା।

Comments are closed.