ଦୁନିଆର ସବୁଠାରୁ ମହଙ୍ଗା ବିରିୟାନି, ଯାହାକୁ ଖାଇବା ପାଇଁ ସମସ୍ତେ ଚାହିଁବସନ୍ତି
ଦୁନିଆରେ ବହୁତ ଲୋକ ଅଛନ୍ତି, ଯେଉଁମାନଙ୍କୁ ବିରିୟାନି ଖାଇବା ବହୁତ ପସନ୍ଦ । କିଛି ଲୋକ ନିଜ ସଉକ ପୂରଣ କରିବାକୁ ଟଙ୍କାକୁ ପାଣି ପରି ଖର୍ଚ୍ଚ କରିଥାନ୍ତି । ଯଦି ଆପଣଙ୍କୁ ପଚରାଯାଏ କି, ଆପଣ ୨୦ ହଜାର ଟଙ୍କାରେ ଖର୍ଚ୍ଚ କରି ବିରିୟାନି ଖାଇଛନ୍ତି, ତେବେ ଆପଣଙ୍କ ମଧ୍ୟରୁ ଅଧିକାଂଶ ଲୋକ ଉତ୍ତର ଦେବେ ନାହିଁ । ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବା କି, ସତରେ କ’ଣ ୨୦ ହଜାର ଟଙ୍କାରେ ବିରିୟାନି ଅଛି? ତେବେ କହିରଖୁଛି କି, ଏହା କୌଣସି ସ୍ୱପ୍ନ ନୁହେଁ ବରଂ ସତ । ଏକ ପ୍ଲେଟ ବିନିୟାନିର ମୂଲ୍ୟ ୨୦,୦୦୦ ।
ରିପୋର୍ଟ ମୁତାବକ, ଦୁବାଇର ଏକ ରେଷ୍ଟୁରାଣ୍ଟ ଦୁନିଆର ସବୁଠାରୁ ମହଙ୍ଗା ବିନିୟାନି ଲଞ୍ଚ କରିଛି । ଏହି ବିରିୟାନି କୌଣସି ରାଜକୀୟ ଟ୍ରିଟଠାରୁ କମ୍ ନୁହେଁ । ବମ୍ବେ ବୋରୋ ନାମକ ଏକ ରେଷ୍ଟୁରାଣ୍ଟରେ ମିଳୁଥିବା ଏହି ବିରିୟାନିର ମୂଲ୍ୟ ୨୦ ହଜାର ଟଙ୍କା ରହିଛି । ଏହା ହେଉଛି ଦୁବାଇ ଆନ୍ତର୍ଜାତୀୟ ଆର୍ଥିକ କେନ୍ଦ୍ର ବା ଡିଆଇଏଫସିର ବିଳାସପୂର୍ଣ୍ଣ ଭୋଜନ ସ୍ଥାନ, ଯେଉଁଥିରେ ଆପଣଙ୍କୁ ବ୍ରିଟିଶ ଯୁଗର ବଙ୍ଗଳାରେ ବ୍ୟବହୃତ ଇନଟେରିୟର ଡିଜାଇନ୍ ଦେଖିବାକୁ ମିଳିବ ।
ଆପଣ ଅର୍ଡର କରିବାର ୪୫ ମିନିଟ୍ ଭିତରେ ଏହି ୩ କିଲୋଗ୍ରାମ ରୟାଲ ଗୋଲ୍ଡ ବିରିୟାନି ମିଳିଯିବ । ଏକ ବିଶାଳ ସୁବର୍ଣ୍ଣ ଧାତବ ପ୍ଲେଟରେ ବିରିୟାନି ଆସିଥାଏ । ପ୍ଲେଟରେ ୩ ପ୍ରକାରର ବିରିୟାନି ରାଇସ୍, କିମା ରାଇସ, ହ୍ୱାଇଟ୍ ଓ କେସର ରାଇସ୍ ସାମିଲ ହୋଇଥାଏ । ଏହା ସହ ବେବି ପଟାଟୋ ଓ ସିଜା ଅଣ୍ଡା ସହ ସଜେଇ ହୋଇଥାଏ । ଏହି ଉତ୍ତମ ଭୋଜନରେ ତିନୋଟି ପ୍ରକାରର ଚିକେନ୍ ଯଥା ଗ୍ରିଲ୍-ମାଲାଇ ଚିକେନ୍, ରାଜପୁତାନା ମୁର୍ଗ ସୁଲା ଏବଂ ଚିକେନ୍ ମେଟବଲ୍ ମଧ୍ୟ ଅନ୍ତର୍ଭୁକ୍ତ । ଏହା ସହ ୩ ସାଇଡ ଡିସ୍, ରାଇତା ଓ ଅନକେ କିଛି ସଜେଇ ହୋଇ ରହିଥାଏ । କୁହାଯାଉଛି ଯେ ଏହି ରୟାଲ ବିରିୟାନି ୨୩ କ୍ୟାରେଟ୍ ସୁନାରେ ସୁସଜ୍ଜିତ ହୋଇଛି ।
Comments are closed.