ଯାଜପୁର ପ୍ରସିଦ୍ଧ ବ୍ୟାସ ସରୋବର ମେଳା ବନ୍ଦ

ଯାଜପୁର,୨୩ ।୨: ଯାଜପୁରର ପ୍ରସିଦ୍ଧ ବ୍ୟାସ ସରୋବର ମେଳା ଓ ମହୋତ୍ସବ ମେଳା ଚଳିତବର୍ଷ ପାଇଁ ବନ୍ଦ କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୌର ପ୍ରଶାସନ ପକ୍ଷରୁ ଏପରିି ନିଷ୍ପତ୍ତି ନିଆଯାଇଛି । ସୀମିତ ସଂଖ୍ୟକ ଶ୍ରଦ୍ଧାଳୁଙ୍କୁ ନେଇ ପୀଠରେ ରୀତିନୀତି ଆରମ୍ଭ ହେବ । ଏହା ସହ ମେଳାରେ କୌଣସି ଦୋକାନ ଓ ବଜାର ପଡିବ ନାହିଁ । ଏହା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ମଧ୍ୟ କଟକଣା ଲାଗୁ ହୋଇଛି ।

ତେବେ ଭୌମ୍ୟ ଏକାଦଶୀରୁ ବ୍ୟାସ ସରୋବର ମେଳା ଆରମ୍ଭ ହୋଇଥାଏ । ବ୍ୟାସନଗର ପୌର ପରିଷଦ ପକ୍ଷରୁ ଏହି ମହୋତ୍ସବ ଆୟୋଜିତ ହୋଇଥାଏ । ଯାଜପୁର ଜିଲ୍ଲାପାଳ ଏହାକୁ ଉଦ୍‌ଘାଟନ କରିଥାନ୍ତି । ମହୋତ୍ସବର ପ୍ରତ୍ୟେକ ଦିନ ସନ୍ଧ୍ୟାରେ ନାମିଦାମୀ କଳାକାରଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷିତ ହୋଇଥାଏ । ଗତବର୍ଷ ଓରମାସ୍‌, ଏମ୍‌ଏସ୍‌ଏମ୍‌ଇ , ହ୍ୟାଣ୍ଡଲୁମ୍‌ ଓ ହ୍ୟାଣ୍ଡିକ୍ରାଫ୍ଟ ଷ୍ଟଲମାନ ଖୋଲାଯାଇଥିଲା ।

Comments are closed.