ଆହାତ ହାତୀର ଚିକିତ୍ସା କଲା ବନବିଭାଗ
ଢେଙ୍କାନାଳ(ନିହାର ରଞ୍ଜନ ସାହୁ) – ଆହତ ହାତୀର ଚିକିତ୍ସା କଲା ବନବିଭାଗ । ମହାବିରରୋଡ ରେଞ୍ଜ ଆମ୍ବପଳାଶ ଜଙ୍ଗଲ ଠାରେ ବନବିଭାଗର ଏକ ଟିମ ଆହାତ ହାତୀ କୁ ଟ୍ରାଙ୍କୁଲାଇଜ କରିବା ସହ ତାର ଚିକିତ୍ସା କରାଇଛି । ହାତୀଟିର ବୟସ ୪ ରୁ ୫ ବର୍ଷ ବୋଲି ଅନୁମାନ କରାଯାଉଛି । ସୂଚନା ଅନୁସାରେ ହାତୀଟିର ଗୋଡ ଓ ପାଟିର କୈାଣସି କାରଣରୁ ଖଣ୍ଡିଆ ହୋଈଯାଇଛି । ବାରାହା ଶିକାର ରଖାଯାଇଥିବା ବମଟିକୁ ଖାଇଦେବା ଯୋଗୁ ପାଟି ମଧ୍ୟ ଗଭିର ଭାବରେ କ୍ଷତ ହୋଇଥିବା କହିଛନ୍ତି ପ୍ରାଣି ଚିକିତ୍ସକ। ଯାହା ଫଳରେ ହାତୀଟି କୈାଣସି ଆଡେ ଯାଇ ପାରୁ ନଥିଲା ଏବଂ କିଛି ଖାଦ୍ୟ ମଧ୍ୟ ଖାଉ ନଥିଲା। ବନବିଭାଗ ହାତୀଟିକୁ ଟ୍ରାକ କରିବା ସହ ଟ୍ରାଙ୍କୁଲାଇଜ କରି ଚିକିତ୍ସା କରିଛି । ହାତୀଟି ସମ୍ପୂର୍ଣ୍ଣ ସୁସ୍ଥ ହେବା ଯାଏଁ ହାତୀ ଉପର କଡା ନଜର ରଖିବ ବନବିଭାଗ । ଟ୍ରାଙ୍କୁଲାଇଜ ସମୟରେ ACF.ରେଞ୍ଜର ସମେତ ଓ୍ବାଇଲଡ ଲାଇଫର ଦୁଇଜଣିଆ ଡାକ୍ତରୀ ଟିମ ମଧ୍ୟ ଉପସ୍ଥିତ ରହି ଚିକିତ୍ସା କରିଥିଲେ। ଜଣେ କପିଳାସ ଚିଡିଆଖାନାର ଡାକ୍ତର ଅସିତ ଚକ୍ରବତି ଓ ଅନ୍ୟ ଜଣେ ହେଲେ ସାତକୋସିଆ ଅଭୟାରଣ୍ୟର ଡାକ୍ତର କିଶୋର ଚନ୍ଦ୍ର ସାହୁ । ଚିକିତ୍ସା କରିଥିବା ଡାକ୍ତର କହିଛନ୍ତି ହାତୀଟି ଗରୁତର ଅସୁସ୍ଥ ଅଛି,ତେଣୁ ହାତୀଟିକୁ ରେସ୍କ୍ବୁ କରି ନେଇ ଅଧିକ ଚିକିତ୍ସା କଲେ ସୁସ୍ଥ ହେଇପାରିବ |
Comments are closed.