ଇଚ୍ଛାପୁରରେ ଦିବା ରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ବୋଲଗଡ(ବିଷ୍ଣୁପ୍ରସାଦ ମହାନ୍ତି) : ବୋଲଗଡ ବ୍ଲକ ଖଙ୍ଗୁରିଆ ଗ୍ରାମପଞ୍ଚାୟତ ଇଚ୍ଛାପୁର ଖେଳ ପଡିଆ ଠାରେ ଇଛାପୁର କ୍ରିକେଟ କ୍ଲବ ଆନୁକୂଲ୍ୟରେ ଗୁରୁବାର ଦିନ ଷଷ୍ଠ ତମ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି | ଉଦଘାଟନୀ ଦିବସରେ ୮ ଟି କ୍ରିକେଟ ଟିମ ହରିପୁର, ପାଟଣା, ପଞ୍ଚୁକୋଟ, ମର୍ଦାବାଡ଼ି ,ବୋଲଗଡ, ଦେଉଳି, ଘୋ ରଡ଼ିଆ, ତୋଟାପଡା, ବାମ୍ବଡା, ଟିମ ରାଉଣ୍ଡ ରବୀନ ଲିଗ ମଧ୍ୟରେ ବାମ୍ବଦା ଟିମ ପରାସ୍ତ କରି ସେମିଫାଇନାଲ କୁ ମର୍ଦାବାଡ଼ି ଉର୍ତ୍ତିନ ହୋଇଥିଲା | ଦ୍ୱିତୀୟ ଦିବସରେ ସଂପୁର, ଇଚ୍ଛା ପୁର, ଟାଙ୍ଗୀସହି, ଦିଘିରି, ଲାଉପଦା, ଅଠରାଙ୍ଗ, ଖୋର୍ଦ୍ଧା ଓ କୋଟପଲ୍ଲା ଙ୍କ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା | ଏଥିରେ ମୁଖ୍ୟ ଅତିଥିଭାବେ କଂଗ୍ରେସଦଳର ପୂର୍ବତନ ଖୋର୍ଦ୍ଧା ଜିଲ୍ଲା ସଭାପତି ତାରାପ୍ରସାଦ ପଟ୍ଟନାୟକ, ବୋଲଗଡ ବ୍ଲକର ପୂର୍ବତନ କଂଗ୍ରେସ ଦଳର ସଭାପତି ଗଦାଧର ଚମ୍ପତି, କଂଗ୍ରେସ ସେବା ଦଳର କର୍ମୀ ଛବି ମହାନ୍ତି, ସକ୍ରିୟ କର୍ମୀ ବାଟୁ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ | ଏଥିରେ ବୁଲୁ ଓ ଚୂଲୁ ଖେଳ ପରିଚାଳନା କରୁଥିବାର ଇଛା ପୁର କ୍ରିକେଟ କ୍ଳବର ସଭାପତି ଜୁଲଫି ସର୍ପରାଜ ପ୍ରକାଶ କରିଥିଲେ |

Comments are closed.