ସିଂଜିଣ୍ଟା ଇଣ୍ଡିଆ ଲିମିଟେଡ଼ କମ୍ପାନୀର ମହତ କାର୍ଯ୍ୟ
କଳାହାଣ୍ଡି( ମୋହମ୍ମଦ ମଞ୍ଜୁର ଇଲ୍ଲାହିଁ) : ସିଂଜିଣ୍ଟା ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ କମ୍ପାନୀ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣାରେ ୩୦ଟି ହାଇଡ୍ରୋଲିକ ବେଡ଼ ଦାନ କରାଯାଇଛି । କୃଷି ଭିତ୍ତିକ ସମସ୍ତ ପ୍ରକାର କୀଟନାଶକ ଔଷଧ ତିଆରି କରୁଥିବା ଏହି କମ୍ପାନୀ କରୋନା ମହାମାରୀ ସମୟରେ ମଧ୍ୟ ବିଭିନ୍ନ ସମୟରେ ଗାଁ ମାନଙ୍କରେ ଚାଷୀଙ୍କୁ ସଚେତନ କରିବା ସହ ମାସ୍କ ଓ ସେନିଟାଇଜର ବଣ୍ଟନ କରିଥିଲା । ତେବେ କରୋନା ମହାମାରୀ ବେଳେ ଅଞ୍ଚଳରେ ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଚିକିତ୍ସାଳୟକୁ ୩୦ଟି ବେଡ଼ ପ୍ରଦାନ କରିଥିବା କମ୍ପାନୀର ଅଧିକାରୀ ମାନେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ପ୍ରତାପ କୁମାର ବେହେରା ଓ ଚିକିତ୍ସାଳୟର ଭାରପ୍ରାପ୍ତ ଡାକ୍ତର ଶକ୍ତି ସିଂ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଜୟପାଟଣା ଜୟଦୁର୍ଗା ଏଗ୍ରୋସେଲସ କେନ୍ଦ୍ର ମାଲିକ ବିକାଶ କୁମାର ଅଗ୍ରୱାଲ, କୁଟୁରୁ ମା ଭବାନୀ ଏଗ୍ରୋସେଲସ ମାଲିକ ଦୁର୍ଗା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ କମ୍ପାନୀ ପକ୍ଷରୁ ପ୍ରଭୁଦତ୍ତ ଲେଙ୍କା,ଶଶୀଭୂଷଣ ଓ ରବୀନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ ।
Comments are closed.