ଝିଅ କଲେ ଦୋଷ, କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ
ଆଇଜଲ୍ : ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରମଥଙ୍ଗାଙ୍କ ଝିଅ ରାଜ୍ୟର ଜଣେ ଡାକ୍ତରଙ୍କୁ ମାଡମାରି ବିବାଦ ସୃଷ୍ଟି କରିଛନ୍ତି । ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମୁଖ୍ୟମନ୍ତ୍ର ଆଜି କ୍ଷମା ପ୍ରାର୍ଥନା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି , ଡାକ୍ତରଙ୍କ ବିରୋଧରେ ମୋ ଝିଅର ଅସମ୍ମାନ ଆଚରଣ ସୋସିଆଲ ମିଡିଆରେ କୌଣସି ତର୍ଜମା କରିବା କୌଣସି ଆବଶ୍ୟକ ନାହିଁ । ଝିଅର ଏଭଳି ଆଚରଣ ପାଇଁ ମୁଁ ଡାକ୍ତର ଏବଂ ଜନସାଧାରଣଙ୍କ ନିକଟରେ କ୍ଷମା ପ୍ରର୍ଥାନା କରିଛି । ଏହି ଘଟଣାରେ ପ୍ରତିବାଦରେ ପ୍ରାୟ ୮ ଶହ ଡାକ୍ତର ବିରୋଧ ପ୍ରଦର୍ଶନ କରି ମୁଖ୍ୟମନ୍ତ୍ରୀଙ୍କ ଝିଅର ଆଚରଣକୁ ନିନ୍ଦା କରିଛନ୍ତି ।
ଗତକାଲି ଡାକ୍ତରମାନେ ନିଜ କର୍ମକ୍ଷେତ୍ର କଳାବ୍ୟାଚ ପିନ୍ଧିଥିଲେ । ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ଝିଅ ମିଲାରୀ ବୁଧବାର ଏକ କ୍ଲିନିକକୁ ଯାଇ ଚର୍ମ ରୋଗ ବିଶେଷଜ୍ଞ ଡ. ଜୋନୁନାଙ୍କ ସହ ପରାମର୍ଶ କରିବାକୁ ଚାହିଥିଲେ । ଅନ୍ୟ ରୋଗୀମାନଙ୍କ ଭଳି ସେ ପୂର୍ବରୁ ଆପଏଣ୍ଟମେଣ୍ଟ ନେଲେ ହିଁ ଡାକ୍ତରଙ୍କ ପରାମର୍ଶ ନେଇପାରିବେ ବୋଲି କୁହାଯିବାରୁ ଏଥିରେ ରାଗିଯାଇ ଚାଙ୍ଗଟେ ଡାକ୍ତରଙ୍କୁ ମାଡ ମାରିବା ସହ ଗାଳିଗୁଲଜ କରିଥିଲେ ।
Comments are closed.