ଟିଏମସି ସାଂସଦଙ୍କୁ ଏମିତି ଉତ୍ତର ଦେଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଟିଏମସି ସାଂସଦ ମହୁଆଙ୍କ ପ୍ରଶ୍ନର ଉତ୍ତର ଦେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ, ପପୁ କିଏ ଆପଣ ନିଜ ଘରେ ପଟେ ଖୋଜନ୍ତୁ। ଆଜି ସରଗରମ ଆଲୋଚନା ମଧ୍ୟରେ ସୀତାରମଣ କହିଥିଲେ ଯେ, ପଶ୍ଚିମବଙ୍ଗ କେନ୍ଦ୍ରର ସବୁ ଯୋଜନାକୁ ପ୍ରତ୍ୟାଖ୍ୟାନ କରୁଛି। ମାନନୀୟ ଏମପି ମହୁଆ ମୋଇତ୍ର ପପୁ କିଏ ବୋଲି ପ୍ରଶ୍ନ କରିଛନ୍ତି। ସେ ତାଙ୍କ ଘର ପଛପଟେ ପପୁକୁ ଖୋଜିବା ଉଚିତ। ଆଉ ସେ ପଶ୍ଚିମବଙ୍ଗରେ ହିଁ ପପୁକୁ ପାଇବେ। ଲୋକସଭାରେ ରାଜ୍ୟକୁ ଅତିରିକ୍ତ ପାଣ୍ଠି ଯୋଗାଣ ପ୍ରସଙ୍ଗରେ ଉତ୍ତର ଦେବା ବେଳେ ଏହା କହିଛନ୍ତି ସୀତାରମଣ। ସୀତାରଣମ କହିଥିଲେ ଯେ, କେନ୍ଦ୍ରର ସବୁ ଯୋଜନା ସାଧାରଣ ଓ ଗରିବ ଲତକଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇଛି।

କିନ୍ତୁ ପଶ୍ଚିମବଙ୍ଗ ଜନତାଙ୍କ ନିକଟରେ ପହଞ୍ଚିବାରେ ବାଧକ ସାଜିଛନ୍ତି ଖୋଦ ରାଜ୍ୟ ସରକାର। କେନ୍ଦ୍ର ପ୍ରଦତ୍ତ ସୁବିଧାକୁ ରାଜ୍ୟ ସରକାର ଲୋକଙ୍କୁ ବିଚାର କରୁନାହାନ୍ତି। ତେଣୁ ଆପଣ କେଉଁ ପପୁକୁ ଖୋଜିବା ଆବଶ୍ୟକ ନାହିଁ ବୋଲି ଜବାବ ରଖିଥିଲେ ସୀତାରମଣ । ଗଣତନ୍ତ୍ରରେ ଲୋକେ ସରକାର ନେତା ବାଛନ୍ତି। ତେଣୁ ଲୋକଙ୍କ ନିଷ୍ପତ୍ତିକୁ ଉପହାସ କର ନାହିଁ। ସେହିପରି ହିମାଚଳରେ ବିଜେପି ପରାଜୟ ପ୍ରସଙ୍ଗରେ ମହୁଆଙ୍କ କମେଣ୍ଟକୁ ନେଇ ଜବାବ ରଖିଥିଲେ ସରତାରମଣ। ସେ କହିଛନ୍ତି ଯେ, ଗୁରାଟାଟରେ ବିଜେପି ବିପୁଳ ବ୍ୟବାଧାନରେ ବଜୟୀ ହୋଇଛି । ଗତକାଲି ଟିଏମସି ଏମ୍‌ପି ମହୁଆ ମୋଇତ୍ର ଲୋକ ସଭାରେ ର୍ଗଜି ଥିଲେ। ଲୋକ ସଭାରେ ମୂଲ୍ୟ ବୃଦ୍ଧି, ଇଡି କାର୍ଯ୍ୟାନୁଷ୍ଠାନ ଏବଂ ସାମ୍ପ୍ରତିକ ନିର୍ବାଚନ ଫଳାଫଳକୁ ନେଇ ସେ ସରକାରଙ୍କ ଉପରେ ବର୍ଷିଥିଲେ। ଏହି ସମୟରେ ସେ କଟାକ୍ଷ କରି ପ୍ରଶ୍ନ କରିଥିଲେ ଯେ ଶାସକ ଦଳର ଅଧ୍ୟକ୍ଷ ତାଙ୍କ ନିଜ ରାଜ୍ୟରେ ମଧ୍ୟ ସରକାର ଗଠନ କରିବାରେ ବିଫଳ ହୋଇଛନ୍ତି, ତେବେ ବର୍ତ୍ତମାନ କୁହନ୍ତୁ ପପୁ କିଏ?

Comments are closed.