ଇଜିପ୍ଟର୍‌ ରାଷ୍ଟ୍ରପତି ହେବେ ସାଧାରଣତନ୍ତ୍ରରେ ମୁଖ୍ୟ ଅତିଥି

ନୂଆଦିଲ୍ଲୀ: ୨୦୨୩ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବା ପାଇଁ ଭାରତ ଇଜିପ୍ଟର ରାଷ୍ଟ୍ରପତି ଅବ୍ଦୁଲ୍‌ ଫତା ଅଲ୍‌-ସିସିଙ୍କୁ ନିମନ୍ତ୍ରଣ କରିଛି।
୨୦୧୪ରୁ ଇଜିପ୍ଟର୍‌ ରାଷ୍ଟ୍ରପତି ଥିବା ଅଲ୍‌-ସିସିଙ୍କୁ ନିମନ୍ତ୍ରଣ କରାଯିବା ପ୍ରସଙ୍ଗକୁ ଆଫ୍ରିକା ଓ ଆରବ ଜଗତ୍‌ ସହିତ ଭାରତର ଯୋଗସୂତ୍ର ବୋଲି ବିବେଚନା କରାଯାଉଛି। ଆରବର ସବୁଠୁ ଜନବହୁଳ ରାଷ୍ଟ୍ର ଇଜିପ୍ଟ ହେଉଛି ଆଫ୍ରିକା ମହାଦେଶର ଦ୍ବିତୀୟ ବୃହତ୍‌ ଅର୍ଥନୀତି। ଚଳିତ ବର୍ଷ ଉଭୟ ଦେଶ ସେମାନଙ୍କ କୂଟନୈତିକ ସମ୍ପର୍କର ୭୫ତମ ବାର୍ଷିକୀ ପାଳନ କରିଛନ୍ତି।

ରାଷ୍ଟ୍ରପତି ସିସିଙ୍କୁ ଆମନ୍ତ୍ରଣ କରିବା ଅର୍ଥ ଆଗାମୀ ଦିନରେ ଦିଲ୍ଲୀ-କାଇରୋ ସମ୍ପର୍କ ପ୍ରତି ବିଶେଷ ଗୁରତ୍ବ ଦିଆଯିବାକୁ ବୁଝାଉଛି। ଚଳିତ ବର୍ଷ ପ୍ରାରମ୍ଭରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର୍‌ ଏସ୍‌. ଜୟଶଙ୍କର ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଇଜିପ୍ଟ ଗସ୍ତ କରିଥିଲେ। ଗସ୍ତ ସମୟରେ ଉଭୟ ମନ୍ତ୍ରୀ ଇଜିପ୍ଟର ରାଷ୍ଟ୍ରପତିଙ୍କୁ ଭେଟିଥିଲେ। ସେତେବେଳେ ଜୟଶଙ୍କର ରାଷ୍ଟ୍ରପତି ସିସିଙ୍କୁ ପ୍ରଧାନମନ୍ତ୍ରୀ ମ‌ୋଦୀଙ୍କର ‘ବିଶେଷ ବାର୍ତ୍ତା’ ହସ୍ତାନ୍ତର କରିଥିଲେ।

୨୦୧୬ ସେପ୍ଟେମ୍ବରରେ ମଧ୍ୟ ରାଷ୍ଟ୍ରପତି ସିସି ଭାରତ ଗସ୍ତରେ ଆସିଥିଲେ। ଭାରତର ତେଜସ୍‌ ଫାଇଟର୍‌ ଜେଟ୍‌ କିଣିବାକୁ ଇଜିପ୍ଟ ଆଗ୍ରହୀ ଥିବା ଜଣାପଡ଼ିଛି।

Comments are closed.