ଛାତିଏ ପାଣିରେ ପଶି ଶ୍ମାଶାନକୁ ନେଲେ ଶବ

ନବରଙ୍ଗପୁର: ନାଳ ଭିତରେ ଛାତିଏ ପାଣିରେ ପଶି କୋକେଇକୁ କାନ୍ଧ ଦେଲେ ପରିବାର ଲୋକେ ।  ଆଗରେ ବିପଦ, କିନ୍ତୁ ଶବ ସତ୍କାର ପାଇଁ ଭରା ନାଳ ପାର୍ କରିଥିଲେ ପରିବାର ଲୋକେ । ନାଳର ସୁଅକୁ କାଟି ଆରପାରିରେ ମଶାଣିରେ ପହଞ୍ଚି  କରିଥିଲେ ଶବ ସତ୍କାର ।  ଏଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଅନକାବେଡା ପଞ୍ଚାୟତର ଚକାମାଳ ଗାଁରେ ।

ନାଳ ଉପରେ ଉଚ୍ଚା ପୋଲ କିମ୍ବା ମଶାଣି ଯିବାକୁ ରାସ୍ତା ନଥିବାରୁ ଏଭଳି ଦୁର୍ଦ୍ଦଶା ଭୋଗୁଛନ୍ତି ଅଞ୍ଚଳର ଲୋକେ । ଚକାମାଳ ଗାଁ ହରିଜନ ସାହିର ମଣିରାମ ସୁନାନୀ  ବହୁ ଦିନରୁ ରୋଗରେ ପୀଡିତ ହୋଇ ଶେଷରେ ଆଖି ବୁଜି ଦେଇଥିଲେ । ଶବ ସତ୍କାର କରିବା ଲାଗି ଚିନ୍ତାରେ ପଡିଥିଲେ ପରିବାର ଏବଂ ପଡୋଶୀ । କାରଣ ଗାଁ ପାଖ ଭରା ନାଳ ପାରି ହେଲେ ଯାଇ ଶ୍ମଶାନ । ଏହାପରେ ପରିବାର ଲୋକେ କୋକେଇ ଧରି ନାଳ ପାର୍ କରିଥିଲେ ।

Comments are closed.