ଗାଡି ଆମଦାନୀ ଉପରେ ଲାଗିଲା କଟକଣା, ଜଣାନ୍ତୁ କାହିଁକି

ନୂଆଦିଲ୍ଲୀ : ଶ୍ରୀଲଙ୍କା, ପାକିସ୍ତାନ ପରେ ଏବେ ଭୁଟାନର ପଡିଛି ଦୁର୍ଦ୍ଦଶା। ଭୁଟାନର ଅର୍ଥନୀତିରେ ଦେଖାଦେଇଛି ମାନ୍ଦାବସ୍ଥା।  ବିଦେଶୀ  ମୁଦ୍ରା ପରିମାଣ ଅତି ନିମ୍ନସ୍ତରକୁ  ଖସିଯାଇଛି।  ଭୁଟାନ ସରକାର ୟୁଟିଲିଟି ଯାନ, ହେଭି  ଆର୍ଥମୁଭି ମେସିନ ଏବଂ କୃଷି  ଯନ୍ତ୍ରପାତିକୁ ଛାଡିଦେଲେ ଅନ୍ୟ ସବୁ ପ୍ରକାର ଗାଡି ଆମଦାନୀକୁ ନିଷିଦ୍ଧ କରିଛନ୍ତି। ଭାରତର ଅନ୍ୟ ଏକ ପଡୋଶୀ ଦେଶ ଭୁଟାନ ।

ଯାହାର ଲୋକ ସଂଖ୍ୟା  ପ୍ରାୟ ୮ ଲକ୍ଷ।  ଭାରତ ଓ ଚୀନ୍‌ ମଝିରେ  ଅବସ୍ଥିତ ଭୁଟାନ।  ଭୁଟାନରେ ଏବେ ଘୋର ଆର୍ଥିକ ସଙ୍କଟ ଉପୁଜିଛି। ଋଷ-ୟୁକ୍ରେନ  ଯୁଦ୍ଧ ଯୋଗୁ ଅନ୍ତର୍ଜାତୀୟ ବଜାରରେ  ଅଶୋଧିତ ତେଲ ଏବଂ ଖାଦ୍ୟ ସାମଗ୍ରୀ ର ଦର ବୃଦ୍ଧି ପାଇଛି।  ଏଥିସହିତ କୋଭିଡ୍‌ ନୀତି ଆପୋଣେଇବାକୁ ଯାଇ ଗତ ଦୁଇ ବର୍ଷ ହେଲା ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଉପରେ  ଭୁଟାନ କଟାକଣା ଲଗାଇଛି। ଯେଉଁଥିପାଇଁ ଦେଶକୁ  ବିଦେଶୀ ମୁଦ୍ରା ଆସିବାରେ  ଅସୁବିଧା ସୃଷ୍ଟି ହୋଇଛି।

ଗତବର୍ଷ ଏପ୍ରିଲ ବେଳକୁ ଭୁଟାନର ବିଦେଶୀ ମୁଦ୍ରାଭଣ୍ଡାର୧.୪୬ ବିଲିୟନ ଆମେରିକୀୟ ଡଲାର ରହିଥିଲା।  କିନ୍ତୁ  ଡିସେମ୍ବର ବେଳକୁ ଏହା ୯୭୦ ନିୟୁତ ଆମେରିକୀୟ ଡଲାରକୁ କମିଯାଇଥିଲ।  ଏହାକୁ  ଦୃଷ୍ଟିରେ ର୍‌ଖି  ଦେଶର ଅର୍ଥ ମନ୍ତ୍ରାଳୟ ଗାଡି ଆମଦାନି ଉପରେ କଟକଟା ବିଜ୍ଞପ୍ତି ଜାରି କରିଛି। ଏଥିରେ କୁହାଯାଇଛି ଯେ, ୧୫ ନିୟୁତ ଏନଗୁଲୁଟ୍ରମସ(୨୦୦୦୦ ଡଲାର) ରୁ କମ୍‌ ମୂଲ୍ୟର ୟୁଟିଲିଟି  ଯାନକୁ ଆମଦାନି ପାଇଁ ଅନୁମତି  ଦିଆଯିବ।

ଏଥିସହିତ ପର୍ଯ୍ୟଟନର ପ୍ରସାର ପାଇଁ  ବ୍ୟବହ୍ୟତ ହେବାକୁ ଥିବା ଗାଡିକୁ ମଧ୍ୟ କଟକଣାରୁ ମୁକ୍ତ ରଖାଯିବ।  ଭୁଟାନ  ଅର୍ଥନୀତିରେ ସ୍ଥିରତା  ବଜାୟ ରଖିବା ପାଇଁ ଦେଶର ମୁଦ୍ରାଭଣ୍ଡାରରେ ଯେଭଳି ପର୍ଯ୍ୟାପ୍ତ ରାଶି ମହଜୁଦ୍‌ ରହେ ତାହାକୁ ଦୃଷ୍ଟିରେ ରଖି ଏଭଳି କଟକଣା ଲଗାଯାଇଛି।

Comments are closed.