ଟ୍ରମ୍ପଙ୍କୁ ଯୋଗ୍ୟ ଘୋଷଣା କଲେ କୋର୍ଟ

ୱାସିଂଟନ: ରିପବ୍ଲିକାନ ପାର୍ଟି ନେତା ଡୋନାଲ୍ଡ ଟ୍ରମ୍ପ ତାଙ୍କ ବିରୋଧରେ ଥିବା ଅଭିଯୋଗ ପାଇଁ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି କଲରାଡୋ ରାଜ୍ୟର ସର୍ବୋଚ୍ଚ ନ୍ୟାୟାଳୟ ରାୟ ଦେଇଥିବାରୁ ଏହାକୁ ନେଇ ଆମେରିକା ରାଜନୀତି ସରଗରମ ହୋଇଉଠିଛି। ଅଦାଲ ଯଦି ଟ୍ରମ୍ପ୍‌ଙ୍କୁ ନିର୍ବାଚନ ଲଢ଼ିବାକୁ ନ ଦିଅନ୍ତି ତେବେ ରିପବ୍ଲିକାନ ରାଷ୍ଟ୍ରପତି ପ୍ରାର୍ଥୀ ବିବେକ ରାମାସ୍ୱାମୀ କଲରାଡୋ ବାଲଟ୍‌ରୁ ଓହରିଯିବେ ବୋଲି ଚରମବାଣୀ ଶୁଣାଇଛନ୍ତି।

ଆମେରିକା ସଂସଦ ଆକ୍ରମଣରେ ଟ୍ରମ୍ପଙ୍କ ଭୂମିକା କାରଣରୁ ଅଦାଲତ ଟ୍ରମ୍ପଙ୍କୁ ଆମେରିକା ରାଷ୍ଟ୍ରପତି ପଦ ପାଇଁ ଅଯୋଗ୍ୟ ଘୋଷଣା କରିବାର କିଛି ଘଣ୍ଟା ପରେ ସେ ଏହି ଘୋଷଣା କରିଛନ୍ତି। ଯଦି ଅଦାଲତ ଟ୍ରମ୍ପଙ୍କୁ ନିର୍ବାଚନରେ ଭାଗ ନେବା ଲାଗି ସୁଯୋଗ ନ ଦିଅନ୍ତି ତେବେ ଅନ୍ୟ ରିପବ୍ଲିକାନ ପ୍ରାର୍ଥୀମାନେ ମଧ୍ୟ ତୁରନ୍ତ କଲରାଡୋ ନିର୍ବାଚନରୁ ଓହରିଯିବାକୁ ରାମସ୍ୱାମୀ ଆହ୍ବାନ ଦେଇଛନ୍ତି।

Comments are closed.