ସୋନିଆ, ଖାର୍ଗେଙ୍କୁ ଆସିଲା ଅଯୋଧ୍ୟାରୁ ନିମନ୍ତ୍ରଣ

ନୂଆବର୍ଷରେ ଶ୍ରୀ ରାମ ଜନ୍ମଭୂମି ଅଯୋଧ୍ୟାରେ ହେବ ପ୍ରଭୁଙ୍କର ପ୍ରାଣପ୍ରତିଷ୍ଠା। ଜାନୁଆରୀ 22ରେ ମନ୍ଦିର ପ୍ରତିଷ୍ଠା ସହ ଘଟ ସ୍ଥାପନ ପାଇଁ ବିଶାଳ ସମାରୋହର ଆୟୋଜନ କରାଯାଇଛି। ଏହି ଐତିହାସିକ ମୁହୂର୍ତ୍ତର ମୁକ ସାଖି ହେବାକୁ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରିଛନ୍ତି କେନ୍ଦ୍ରର ବିଜେପି ସରକାର। ରିପୋର୍ଟ ଅନୁସାରେ ସମାରୋହକୁ କଂଗ୍ରେସର ଏକାଧିକ ବରିଷ୍ଠ ନେତା ମଧ୍ୟ ନିମନ୍ତ୍ରିତ ହୋଇଛନ୍ତି।

ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) କାର୍ଯ୍ୟରତ ସଭାପତି ଆଲୋକ କୁମାରଙ୍କ କହିବା ଅନୁସାରେ, ଶ୍ରୀ ରାମ ଜନ୍ମଭୂମି ତିର୍ଥ କ୍ଷେତ୍ର ଉଦଘାଟନୀ ଉତ୍ସବରେ ବରିଷ୍ଠ କଂଗ୍ରେସ ନେତା ସୋନିଆ ଗାନ୍ଧି, ମନମୋହନ ସିଂହ, ମଲ୍ଲିକାର୍ଜୁନ ଖଡଗେ, ଅଧୀର ରଞ୍ଜନ ଚୌଧୁରୀ ଏବଂ ଜେଡି (ଏସ) ସୁପ୍ରିମୋ ଦେବେଗୌଡାଙ୍କୁ ନିମନ୍ତ୍ରଣ କରାଯାଇଛି।

କିନ୍ତୁ କଂଗ୍ରେସ ନେତାମାନେ କାର୍ଯ୍ୟକ୍ରମରେ ଯୋଗଦେବାର ସମ୍ଭାବନା ନାହିଁ ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ଆଗାମୀ ଦିନରେ ମଧ୍ୟ ଅନ୍ୟ ବିରୋଧୀ ଦଳର ନେତାଙ୍କ ନିକଟକୁ ନିମନ୍ତ୍ରଣ ପଠାଯିବ ବୋଲି ରିପୋର୍ଟରେ ଦର୍ଶାଯାଇଛି।

Comments are closed.