ପୁଣି କର୍ମଚାରୀଙ୍କୁ ଛୁଟି କରିବ ଏହି କମ୍ପାନୀ

ନୂଆଦିଲ୍ଲୀ : ଚୀନର ସ୍ମାର୍ଟଫୋନ ନିର୍ମାତା ସାଓମି ମଧ୍ୟ ନିଜର କର୍ମଚାରୀଙ୍କୁ ଛଟେଇ କରିବା ବିଷୟରେ ଘୋଷଣା କରିଛି । ଏହି କମ୍ପାନି ଇତି ମଧ୍ୟରେ ଚୀନରେ ୯୦୦ କର୍ମଚାରୀଙ୍କୁ ଛଟେଇ କରିସାରିଲାଣି । ସାରା ବିଶ୍ବରେ ଥିବା ଏହାର ମୋଟ କର୍ମଚାରୀଙ୍କ ମଧ୍ୟରୁ ୧୦ ପ୍ରତିଶତ ଛଟେଇ କରିବା ସଂପର୍କରେ ଘୋଷଣା କରିଛି । ଏଥିରେ ଭାରତରେ ଥିବା କର୍ମଚାରୀ ବି ଥାଇପାରନ୍ତି ବୋଲି କୁହାଯାଉଛି ।

ସାଓମି ପ୍ରଥମ ନିଜର ସ୍ମାର୍ଟଫୋନ ଓ ଇଣ୍ଟରନେଟ ସର୍ଭିସ ଡିଭିଜନରେ ଛଟେଇ କରିଥିଲା । ପରେ ଅନ୍ୟ ଡିଭିଜନଗୁଡ଼ିକରେ ବି ଛଟେଇ କରାଯିବ ।

ଆର୍ଥିକ ମାନ୍ଦାବସ୍ଥା ଆଶଙ୍କା ମଧ୍ୟରେ ବିଶ୍ବର ଟେକନଲୋଜୀ କମ୍ପାନିଗୁଡ଼ିକ ସର୍ବାଧିକ ପ୍ରଭାବିତ ହୋଇଛନ୍ତି । ଏଥିପାଇଁ ଅନେକ ଟେକନଲୋଜୀ କମ୍ପାନି ଛଟେଇ କରୁଛନ୍ତି । କିନ୍ତୁ ଚୀନରେ ପୁଣି କୋଭିଡ୍ ଲହରି ଓ ମାନ୍ଦାବସ୍ଥା ମଧ୍ୟରେ କମ୍ପାନିମାନଙ୍କ ବ୍ୟବସାୟ ଗୁରୁତରଭାବେ ପ୍ରଭାବିତ ହୋଇଛି । ଗତ ଜୁଲାଇ-ସେପ୍ଟେମ୍ବର ତିନିମାସରେ ସାଓମିର ବିକ୍ରି ଓ ଲାଭ ଉଲ୍ଲେଖନୀୟଭାବେ ହ୍ରାସ ପାଇଛି ।

Comments are closed.