କୃଷକଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପ୍ରାୟ ୨୦୦ କୃଷକ ସଂଗଠନ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ନିଶ୍ଚିତ କରୁଥିବା ଆଇନ ଲାଗୁ କରାଯିବା ଓ ଅନ୍ୟ ଦାବି ନେଇ କେନ୍ଦ୍ର ସରକାର ବିରୋଧରେ ରଣହୁଙ୍କାର ଦେଇଛନ୍ତି। ଫେବ୍ରୁଆରି ୧୩, ୨୦୨୪ରେ ‘ଦିଲ୍ଲୀ ଚଲୋ’ ପଦଯାତ୍ରା ଘୋଷଣା ହୋଇଥିବାରୁ ଏହାର ମୁକାବିଲା ପାଇଁ ପ୍ରଶାସନ ବ୍ୟାପକ ପ୍ରସ୍ତୁତି କରିଛି। ଚାଷୀ ବିକ୍ଷୋଭକୁ ଦୃଷ୍ଟିରେ ରଖି ଦିଲ୍ଲୀ-ୟୁପି ସୀମା ଏବଂ ଆଖପାଖ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ଏହା ସହିତ ପଞ୍ଜାବ-ହରିଆଣା ସୀମା ସିଲ୍‌ କରାଯାଇଛି ।

ବଶେଷ କରି ଉତ୍ତରପ୍ରଦେଶ, ହରିଆଣା ଏବଂ ପଞ୍ଜାବର କୃଷକ ସଙ୍ଗଠନମାନେ ଫେବ୍ରୁଆରି ୧୩ ତାରିଖରେ ନୂଆଦିଲ୍ଲୀରେ ଏହି ପଦଯାତ୍ରା ପାଇଁ ଆହ୍ବାନ କରିଛନ୍ତି। ଆଜି କେନ୍ଦ୍ର ସହ କୃଷକମାନଙ୍କର ଏ ସଂକ୍ରାନ୍ତରେ ଆଲୋଚନା ହେବ।

ଗଣମାଧ୍ୟମରେ ସୂଚନା ଦେଇ କେନ୍ଦ୍ର କୃଷି ମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି, ‘‘ପ୍ରଥମ ରାଉଣ୍ଡ୍‌ ଆଲୋଚନା ହୋଇସାରିଛି। ଏକ ଭଲ ଆଲୋଚନା ‌ହୋଇଛି। ଆଗକୁ ହେବାକୁ ଥିବା ଆଲୋଚନାରେ ସମାଧାନର ବାଟ ଫିଟିବ।’’

Comments are closed.