ବଡ ଖବର, ପରଲୋକରେ ଟାଟାର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀ

ମୁମ୍ବାଇ : ଦୁର୍ଘଟଣାରେ ଟାଟାର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କର ପରଲୋକ ହୋଇଯାଇଛି  । ମୃତ୍ୟୁବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା  । ପାଲଘର ନିକଟରେ ତାଙ୍କର ଦୁର୍ଘଟଣା ହୋଇଥିଲା  । ତାଙ୍କ କାରରେ ୪ ଜଣ ଥିଲେ  । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି  । ପାଲଘର ଏସପି ସାଇରସ ମିସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି  । ତେବେ ଦୁର୍ଘଟଣା ସଂକ୍ରାନ୍ତରେ ସବିଶେଷ ତଥ୍ୟ ମିଳିପାରିନାହିଁ  ।

ଆଜି ଦିନ ୩ଟା ୧୫ରେ ଦୁର୍ଘଟଣା ହୋଇଥିଲା  । ମର୍ସିଡିଜ କାରରେ ସେ ଅହମ୍ମଦାବାଦରୁ ମୁମ୍ବାଇ ଯାଉଥିଲେ  । ତେବେ ସୂର୍ୟ୍ୟ ନଦୀ ପୋଲ ନିକଟରେ ତାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା  । ଆହତମାନଙ୍କୁ ଗୁଜୁରାତର ଏକ ହସପିଟାଲରେ ଭର୍ତି କରାଯାଇଛି  ।

Comments are closed.