ଓଡ଼ିଶା, ଗରିବମୁକ୍ତ ଓଡିଶା ଭାବେ ପରିଚିତ କହିଲେ ନବୀନ

ନୂଆଦିଲ୍ଲୀ : ଏକଦା ଗରିବ ରାଜ୍ୟ ଭାବେ ଜଣାଶୁଣା ଓଡିଶା ଏବେ ଗରିବ ମୁକ୍ତ ଓଡିଶା ପାଇଁ ପରିଚିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ  । ୧୯୯୯ ମହାବାତ୍ୟା ପରେ ପ୍ରାକୃତିକ ବିପର୍ୟ୍ୟୟ ପରିଚାଳନା କ୍ଷେତ୍ର ହେଉ କି ମହିଳା ସଶକ୍ତିକରଣ କ୍ଷେତ୍ରରେ ମିଶନ ଶକ୍ତି ସବୁଠି ଓଡିଶା ନୂଆ ପରିଚୟ ସୃଷ୍ଟି କରିଛି  । ପ୍ରଥମ ରାଜ୍ୟ ଭାବେ ଓଡିଶା ଚାଷୀଙ୍କ ଆୟ ଦୁଇ ଗୁଣ କରିଛି  । ରାଜ୍ୟର ଆଦିବାସୀ ଯୁବତୀଙ୍କ ପାଇଁ ସ୍କୁଲରେ ହଷ୍ଟେଲ ସୁବିଧା କରିଛନ୍ତି ରାଜ୍ୟ ସରକାର  । ସେହିଭଳି କୋଭିଡ ସମୟରେ ୧୭ ରାଜ୍ୟକୁ ଅକ୍ସିଜେନ ଯୋଗାଇ ଉଦାହରଣ ସୃଷ୍ଟି କରିଛି ଓଡିଶା  । ଦିଲ୍ଲୀରେ ଆୟୋଜିତ କ୍ୟାପିଟାଲ ଫାଉଣ୍ଡେସନର କାର୍ୟ୍ୟକ୍ରମରେ  ଯୋଗ ଦେଇ ଓଡିଶାର ଉପଲବ୍ଧି ବଖାଣିଛନ୍ତି ନବୀନ । ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହେବା ପରେ ଓଡିଶାର ବିକାଶ କଥା କହିଛନ୍ତି ନବୀନ
ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହେବା ପରେ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଆୱାର୍ଡ ସମର୍ପିତ କଲେ ନବୀନ  ।   ୪ କୋଟି ଓଡିଆଙ୍କ ଆଶୀର୍ବାଦ ପାଇଁ ୨୨ ବର୍ଷ ମୁଁ ସେମାନଙ୍କ ସେବାରେ ରହିଛି । ଦିଲ୍ଲୀରେ ଆୟୋଜିତ ପୁରସ୍କାର ସମାରୋହରେ ଓଡିଶାର ବିକାଶ କଥା କହିଛନ୍ତି ନବୀନ ।

Comments are closed.