ପୁଣି ଆରମ୍ଭ ହେଲା ଯୁଦ୍ଧ

ଜେରୁଜେଲମ,: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଗତ କିଛି ଦିନ ଧରି ଚାଲିଥିବା ଯୁଦ୍ଧବିରତି ଅବଧି ଶେଷ ହେବା ପରେ ଇସ୍ରାଏଲ ପୁଣି ଥରେ ଗାଜା ଉପରେ ଆକ୍ରମଣ ଆରମ୍ଭ କରିଛି। ହମାସ ସହିତ ଯୁଦ୍ଧବିରତିକୁ ଆଗକୁ ଜାରି ରଖିବାକୁ କୌଣସି ଚୁକ୍ତିନାମା ନ ହେବା ପରେ ହିଁ ଇସ୍ରାଏଲ ଏହି ଆକ୍ରମଣ ଆରମ୍ଭ କରିଥିବା ଜଣାପଡିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍‌) ମଧ୍ୟ ଏ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି। ବିବୃତ୍ତିରେ କୁହାଯାଇଛି ଯେ, ହମାସ ଯୁଦ୍ଧବିରତି ଉଲ୍ଲଂଘନ କରିଛି ଏବଂ ଏଥିସହ ଇସ୍ରାଏଲ ଅଞ୍ଚଳ ଆଡକୁ ଗୁଳି ଚଳାଇଛି, ଏହା ପରେ ହିଁ ଆମେ କାର୍ଯ୍ୟ ଆରମ୍ଭ କରିଛୁ।

Comments are closed.