ପୁଣି ବଢ଼ିଲା ଏଲପିଜି ଦର୍, ଚିନ୍ତାରେ ଖାଉଟି

ନୂଆଦିଲ୍ଲୀ : ବଢିଲା ଏଲପିଜି ଦର। ଡିସେମ୍ବର ମାସ ଆରମ୍ଭରୁ ଅଏଲ ମାର୍କେଟିଙ୍ଗ କମ୍ପାନୀଗୁଡିକ କମର୍ସିଆଲ ଏଲପିଜି ସିଲିଣ୍ଡର ପିଛା ୪୧ ଟଙ୍କା ବୃଦ୍ଧି କରିଛନ୍ତି ।

ରାଜଧାନୀ ଦିଲ୍ଲୀରେ ଆଜିଠୁ ୧୯ କେଜି କମର୍ସିଆଲ ଏଲପିଜି ସିଲିଣ୍ଡର ୧୭୫୫.୫୦ ଟଙ୍କା ବଦଳରେ ୧୭୯୬.୫୦ ଟଙ୍କାରେ ମିଳିବ। ଆଇଓସିଏଲ ୱେବସାଇଟରେ ଏଲପିଜି ସିଲିଣ୍ଡରର ଦର ଅପଡେଟ୍ କରାଯାଇଛି ଏବଂ ପରିବର୍ତ୍ତିତ ଦରକୁ ଲାଗୁ କରାଯାଇଛି । ଦୀପାବଳି ପୂର୍ବରୁ ମଧ୍ୟ ତୈଳ କମ୍ପାନୀ କମର୍ସିଆଲ ସିଲିଣ୍ଡର ଦର ୧୦୩ ଟଙ୍କା ବଢାଇଥିଲେ । ତେବେ ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ଏହାର ଦର ରହିଛି ୧୭ଶହ୯୬ ଟଙ୍କା ୫୦ ପଇସା । କୋଲକାତାରେ ଏହା ରହିଛି ୧୯ଶହ ୮ଟଙ୍କା । ମୁମ୍ବାଇରେ ଏହାର ଦର ୧୭ଶହ ୪୯ ଟଙ୍କା ରହିଥିବାବେଳେ ଚେନ୍ନାଇରେ ରହିଛି ୧୯ଶହ ୬୮ଟଙ୍କା ୫୦ ପଇସା ।

Comments are closed.