ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ

ଲାହୋର: ପାକିସ୍ତାନରେ ଆଜି ଏକ ରାଜନୈତିକ ସଭାରେ ଶକ୍ତିଶାଳୀ ବିସ୍ଫୋରଣ ହେବାରୁ ୪୪ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଏବଂ ୨୦୦ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ଅଧିକାଂଶ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ଗୁରୁତର ଆହତ ଲୋକଙ୍କୁ ଏୟାର ଆମ୍ବୁଲାନ୍ସରେ ପେଶାୱର ନିଆଯାଇଛି। ଏହା ଏକ ଆତ୍ମଘାତୀ ବିସ୍ଫୋରଣ । ତେବେ କୌଣସି ସଂଗଠନ ଏପର୍ଯ୍ୟନ୍ତ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରି ନାହାନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଖୈବର ପଖ୍‌ତୁନଖ୍ବା ପ୍ରଦେଶର ବଜୌର ଜିଲ୍ଲା ଖାର୍‌ଠାରେ ଆଜି ଅପରାହ୍ନରେ ଜମିୟତ ଉଲେମା ଇସ୍‌ଲାମ-ଫଜଲ (ଜେୟୁଆଇ-ଏଫ୍‌)ର ଏକ ସମାବେଶ ଚାଲିଥିବା ବେଳେ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା। ସଂଗଠନର ମୁଖ୍ୟ ମୌଲାନା ଫଜଲୁର ରହେମାନ ହେଉଛନ୍ତି ତାଲିବାନର ଦୃଢ଼ ସମର୍ଥକ। ଆଜିର ସମାବେଶରେ ସେ ଉପସ୍ଥିତ ନଥିଲେ। ତେବେ ସଂଗଠନର ଆଞ୍ଚଳିକ ମୁଖ୍ୟ ଏହି ବିସ୍ଫୋରଣରେ ନିହତ ହୋଇଛନ୍ତି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ସମଗ୍ର ଅଞ୍ଚଳ ଥରି ଉଠିଥିଲା ଏବଂ ଧୂଆଁମୟ ହୋଇଯାଇଥିଲା। ବିସ୍ଫୋରଣ ପରେ ସେଠାରେ ଦଳାଚକଟା ସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା।

Comments are closed.