୨୪ନିର୍ବାଚନକୁ ନେଇ ଏମିତି କହିଲେ ଲାଲୁ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନରେ ପରାସ୍ତ ହେବେ ବୋଲି ଆଶଙ୍କା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଦେଶରେ ବସବାସ କରିବା ଲାଗି ଯୋଜନା କରୁଛନ୍ତି ବୋଲି ରବିବାର ଦିନ ପରିହାସ କରି ‘ଆର୍‌ଜେଡି’ ମୁଖ୍ୟ ଲାଲୁ ପ୍ରସାଦ ଯାଦବ କହିଛନ୍ତି।

ବିରୋଧୀ ଦଳଙ୍କ ପ୍ରତି ମୋଦୀଙ୍କ ‘ଭାରତ ଛାଡ଼’ ଟିପ୍ପଣୀ ଉପରେ ବିବୃତି ଦେବାକୁ କୁହାଯିବାରୁ ଲାଲୁ ପ୍ରସାଦ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ସୂଚନାଯୋଗ୍ୟ, ‘ଇଣ୍ଡିଆ’ ନାମରେ ନୂଆ ମେଣ୍ଟ ଗଢ଼ିଥିବା ବିରୋଧୀ ଦଳଙ୍କୁ ଅଳ୍ପ ଦିନ ତଳେ ଦୁର୍ନୀତିଗ୍ରସ୍ତ, ପରିବାରବାଦ ଓ ତୁଷ୍ଟିକରଣ ରାଜନୀତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ।

Comments are closed.