ଆପକୁ ଟାର୍ଗେଟ କରି ଏମିତି କିଛି କହିଲେ BJP ନେତା

ନୂଆଦିଲ୍ଲୀ: ଦିଲ୍ଲୀରେ ଜୋରଦାର ହଙ୍ଗାମା। ଜାରି ରହିଛି ରଜନୈତିକ ହଲଚଲ୍‌। ମୁହାଁମୁହିଁ ସ୍ଥତିରେ ଅଛନ୍ତି ଝାଡୁ ଓ ପଦ୍ମ। ଆପ୍‌ ସରକାରଙ୍କୁ ଘେରିଛି ବିଜେପି। ଅବକାରୀ ନୀତି ଦୁର୍ନୀତି ଅଭିଯୋଗ ଆଣି ଦିଲ୍ଲୀ ସରକାରଙ୍କୁ ଟାର୍ଗେଟ୍‌ କରିଛି ବିଜେପି। ଦିଲ୍ଲୀ ଶିକ୍ଷା ବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଯେଉଁ ମୁହଁ ଟାଣ ଦେଖାଉଛନ୍ତି ତାହାକୁ ନେଇ ଆପ୍ ସରକାରକୁ ବିଜେପି ବାଣ ମାରିଛି। ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଗୌରବ ଭାଟିଆ ଦିଲ୍ଲୀର ଆପ୍ ସରକାରକୁ ପାପ ସରକାରର ବୋଲି କହି ବର୍ଷିଛନ୍ତି। ଏଥିସହ କେଜ୍ରିୱାଲ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ସାଂଘାତିକ ଖେଳ ଖେଳୁଥିବା ସେ ଅଭିଯୋଗ ଆଣିଛନ୍ତି।

ଗୌରବ କହିଛନ୍ତି, ‘ନିର୍ବାଚନୀ ମେନିଫେଷ୍ଟୋରେ ଆପ୍ ଦିଲ୍ଲୀରେ ୫୦୦ ନୂଆ ସ୍କୁଲ ଖୋଲିବାକୁ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଏହି ପ୍ରତିଶ୍ରୁତି ପୂରଣ ହେଲା ନାହିଁ। ଏବେ ପିଡବ୍ଲୁଡି ଠାରୁ ଆଣିଥିବା ରିପୋର୍ଟ ଆଧାରରେ ଦିଲ୍ଲୀରେ ନୂଆ ସ୍କୁଲ ନୁହେଁ ବରଂ ଅଧିକ ଶ୍ରେଣୀଗୃହ ଖୋଲିବୁ ବୋଲି କହୁଛନ୍ତି। ସ୍କୁଲରେ ୨୪୦୦ ଶ୍ରେଣୀଗୃହର ଆବଶ୍ୟକତା ଥିଲା ଏବେ ଏହାକୁ ବୃଦ୍ଧି କରି ୭୧୮୦ଟି କରାଯାଇଛି। ଏହାଦ୍ୱାରା ବଜେଟରେ ୩୨୬ କୋଟି ଟଙ୍କାର ଅଧିକ ବ୍ୟୟବରାଦ ହୋଇଛି। ଏମାନେ ଶୌଚାଳୟକୁ ବି ଶ୍ରେଣୀଗୃହ ସହ ମିଶାଇ ଗଣାନା କରିଛନ୍ତି। ଦିଲ୍ଲୀ ସରକାର ଶିକ୍ଷା ନାଁରେ ପିଲାଙ୍କ ଭବିଷ୍ୟତ ସହ ଖେଳୁଛି।’

Comments are closed.