ତାମିଲନାଡୁ ଶିକ୍ଷା ମନ୍ତ୍ରୀଙ୍କୁ ତିନିବର୍ଷ ଜେଲ

ଜେଲ ଦଣ୍ଡରେ ଦଣ୍ଡିତ ହେଲେ ଉଚ୍ଚ ଶିକ୍ଷାମନ୍ତ୍ରୀ। ବେଆଇନ ସମ୍ପତ୍ତି ଠୁଳ ତଥା ଦୁର୍ନୀତି ମାମଲାରେ ମାଡ୍ରାସ ହାଇକୋର୍ଟ ତାମିଲନାଡୁର ଉଚ୍ଚ ଶିକ୍ଷାମନ୍ତ୍ରୀ କେ. ପୋନମୁଡିଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡରେ ଦଣ୍ଡିତ ରକିଛନ୍ତି। କେବଳ ସେତିକି ନୁହେଁ ପୋନମୁଡି ଏବଂ ତାଙ୍କ ସ୍ତ୍ରୀଙ୍କୁ କୋର୍ଟ ୫୦ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ସେ ବର୍ତ୍ତମାନ ଉଚ୍ଚଶିକ୍ଷା ବିଭାଗର ଦାୟିତ୍ୱ ତୁଲାଉଥିବାରୁ କୋର୍ଟ ମନ୍ତ୍ରୀଙ୍କ ଦଣ୍ଡକୁ ୩୦ ଦିନ ପାଇଁ ସ୍ଥଗିତ ରଖିଛନ୍ତି।

ମଙ୍ଗଳବାର ଦିନ ବେଆଇନ ସମ୍ପତ୍ତି ଠୁଳ ମାମଲାରେ କେ.ପନମୁଡି ଦୋଷୀ ସାବ୍ୟସ୍ତ ହୋଇଥିଲେ। ତାଙ୍କ ବ୍ୟତୀତ ତାଙ୍କ ପତ୍ନୀ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଥିଲେ। ପରେ ମାଡ୍ରାସା ହାଇକୋର୍ଟ ଦୁହିଁଙ୍କ ରାୟକୁ ସଂରକ୍ଷିତ ରଖିଥିଲେ। ଆଜି ରାୟ ଶୁଣାଇଛନ୍ତି ହାଇକୋର୍ଟ। ପୂର୍ବରୁ ନିମ୍ନ ଅଦାଲତ ମନ୍ତ୍ରୀ ଓ ତାଙ୍କ ସ୍ତ୍ରୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ବର୍ତ୍ତମାନ ସେହି ରାୟକୁ ମାଡ୍ରାସ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଯଦି ସୁପ୍ରିମକୋର୍ଟ ଏହି ଦଣ୍ଡ କାଏମ ରଖନ୍ତି, ତେବେ ସେ ତାଙ୍କର ବିଧାୟକ ଏବଂ ମନ୍ତ୍ରୀ ପଦ ହରାଇବେ।

Comments are closed.