ପୁଣି ଚିନ୍ତାରେ ବଢ଼ାଇଲା କରୋନା, ଆଜି ଚିହ୍ନଟ ହୋଇଛନ୍ତି ୩୫୮ ରୋଗୀ

ପୁଣି ଡରାଇଲାଣି ମହାମାରୀ କରୋନା। ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଲାଣି ସଂକ୍ରମଣ ମାମଲା। କରୋନାର ନୂଆ ଭାରିଏଣ୍ଟ ଜେଏନ୍‌.୧ ଧୀରେ ଧୀରେ ଚାରିଆଡେ କାୟା ମେଲାଉଛ। ଗତ ୨୪ ଘଣ୍ଟାରେ ସାରା ଦେଶରେ ୩୫୮ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କେବଳ କେରଳରୁ ୩୦୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଦିନକରେ କରୋନାରେ ଆକ୍ରାନ୍ତ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତକ କେରଳର ବୋଲି ଜଣାପଡିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁଯାୟୀ କେରଳରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ପାର ହୋଇଛି। ଏବେ କେରଳରେ ୨ ହଜାର ୪୧ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ସେହିପରି ଦେଶରେ ମୋଟ୍ ଆକ୍ଟିଭ୍ କେସ୍ ସଂଖ୍ୟା ୨,୬୬୯ ରହିଛି।

Comments are closed.