ସ୍ୱଚ୍ଛ ଭାରତରୁ ବହୁ ଦୂରରେ ଓଡିଶା : ପାନୀୟ ଜଳ ଏବଂ ସ୍ୱଚ୍ଛତା ମନ୍ତ୍ରାଳୟ ଜାରିକଲା ତାଲିକା

ଗାନ୍ଧୀ ଜୟନ୍ତୀ ତଥା ଅକ୍ଟୋବର ୨ ତାରିଖ ୨୦୧୪ରୁ ଆରମ୍ଭ ହୋଇଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ବିରାଟ ପଦକ୍ଷେପ । ଯାହାକୁ ‘ସ୍ୱଚ୍ଛ ଭାରତ ମିଶନ୍’ ନାମ ସହିତ ଲୋକଙ୍କ ସମର୍ଥନ ମଧ୍ୟ ମିଳିଥିଲା । ଏହି ମିଶନର ମୂଳ ଲକ୍ଷ ଥିଲା ୨୦୧୯ ସୁଧା ପୂରା ଭାରତକୁ ପାନୀୟ ଜଳ ଯୋଗାଣ ଓ ବାହ୍ୟ ମଳମୁକ୍ତ ଦେଶରେ ପରିଣତ କରିବା । ପ୍ରାରମ୍ଭିକ ସମୟ ପର୍ଯ୍ୟନ୍ତ ଏହାର ପ୍ରତିଶତ ଥିଲା ୩୮.୭୦ ଆଉ ଏବେ ପର୍ଯ୍ୟନ୍ତ ଏହା ବୃଦ୍ଧି ହୋଇ ୮୯.୧୬ ପ୍ରତିଶତରେ ପହଁଚିଛି । ଦେଶର ସବୁ ରାଜ୍ୟ ସ୍ୱଚ୍ଛତାର ଏହି ମିଶନରେ ବହୁ ସଫଳତାର ଅଧିକାରୀ ହୋଇଛନ୍ତି । ହେଲେ ଦେଖାଯଆଉଛି ଯେ ଅନ୍ୟ ରାଜ୍ୟ ଅପେକ୍ଷା ଓଡିଶା ଏହି ମିଶନରେ ବହୁ ପଛରେ ରହିଯାଇଛି । ଅନ୍ୟ ସବୁ ରାଜ୍ୟଗୁଡିକର ସ୍ୱଚ୍ଛତା ଅନୁଯାୟୀ ୭୦ରୁ ୯୦ ପ୍ରତିଶତରେ ରହିଥିବା ବେଳେ ଓଡିଶା ୩୦ରୁ ୬୦ପ୍ରତିଶତ ସ୍ଥାନରେ ରହିଛି । ଏଥିରୁ ଜଣା ପଡୁଛି ମୋଦିଜୀଙ୍କ ସ୍ୱଚ୍ଛ ଭାରତର ସ୍ୱପ୍ନକୁ ସାକାର କରିବାରେ ଓଡିଶା ରାଜ୍ୟ କୌଣସି ସହାୟତା କରିବ ନାହିଁ । ଦେଶର ଅନ୍ୟ ରାଜ୍ୟଗୁଡିକରୁ ବହୁତ ସହର ସ୍ମାର୍ଟସିଟିରେ ମିଶାଯାଇଛି । ହେଲେ ଓଡିଶାରୁ କେବଳ ଦୁଇଟି । ଯଦି ଏହି ମିଶନରେ ରାଜ୍ୟର କିଛି ଉନ୍ନତି ଦେଖଯାଇଥାନ୍ତା ତାହେଲେ ସ୍ମାର୍ଟସିଟିରେ ଭୁବନେଶ୍ୱର ଓ ରାଉରକେଲା ବ୍ୟତୀତ ଆଉ କିଛି ସହର ମଧ୍ୟ ଯୋଡା ଯାଇପାରିଥାନ୍ତା । ଏମିତି ଲାଗୁଛି ସ୍ୱଚ୍ଛତା ପାଇଁ ରାଜ୍ୟର ମନ୍ତ୍ରୀ ହେଉ ବା ସାଧାରଣ ଜନତା ଧ୍ୟାନ ଦେବାକୁ ଚାହୁଁ ନାହାଁନ୍ତି । ୨୦୧୯କୁ ଆଉ ଗୋଟିଏ ବର୍ଷ ରହିଲା । ଦେଖାଯାଉ ଏହି ଗୋଟିଏ ବର୍ଷରେ ଓଡିଶା ସ୍ୱଚ୍ଛତାର ପଛେ ପଛେ କେତେ ଆଗକୁ ଯାଉଛି ।

Comments are closed.