୮ ମାସର ଗର୍ଭବତୀ ମହିଳାଙ୍କୁ ଗଣବଳତ୍କାର: ୮ ଗିରଫ

ମଣିଷ ସମାଜରେ ଅନ୍ୟାୟ, ଅତ୍ୟାଚାର ବଢିବାରେ ଲାଗିଛି । ଏମିତିକି ଗର୍ଭବତୀ ମହିଳାଙ୍କୁ ମଧ୍ୟ ବାଦ୍ ଦେଲେ ନାହିଁ । ୭ ମାସର ଗର୍ଭବତୀ ମହିଳାଙ୍କୁ ଏକା ସାଙ୍ଗରେ ୮ ଜଣ ଲୋକ ଗଣବଳତ୍କାର କରି ଗୁରୁତର ଅବସ୍ଥାରେ ଛାଡି ପଳାଇଛନ୍ତି । ଏହି ଅଭାବନୀୟ ଘଟଣାଟି ମହାରାଷ୍ଟ୍ରର ସଙ୍ଗାଲି ଅଞ୍ଚଳରେ ଘଟିଛି । ପୋଲିସଙ୍କ କହିବା ଅନୁସାରେ, ପୀଡିତା ମହିଳା ଜଣକ ନିଜ ହୋଟେଲ ବ୍ୟବସାୟ ପାଇଁ କର୍ମଚାରୀ ଖୋଜୁଥିଲେ । ଏନେଇ କେତେକ ନିଜର ପରିଚୟ ପତ୍ର ପଠାଇଥିବାବେଳେ ସେମାନଙ୍କୁ ସାକ୍ଷାତକାର ପାଇଁ ଡକାଯାଇଥିଲା । ପରନ୍ତୁ ଅଭିଯୁକ୍ତମାନେ ହୋଟେଲ ଆସି ପୀଡିତାଙ୍କ ପତୀଙ୍କୁ ବାନ୍ଧି ଗାଡିରେ ପକାଇଦେବା ସହିତ ଜୋର ଜବରଦସ୍ତ ମହିଳାଙ୍କୁ ଗଣବଳତ୍କାର କରିଥିଲେ । ଫଳରେ ଏଭଳି ଦୁଷ୍ମର୍ମ କାର୍ଯ୍ୟ କରିଥିବା ୮ ଜଣଙ୍କୁ ମହାରାଷ୍ଟ୍ର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

Comments are closed.