କରୋନା ନେଇ ରାଜ୍ୟ ସରକାରଙ୍କ ସତର୍କତା,ଗାଇଡଲାଇନ ଜାରି
ଭୁବନେଶ୍ୱର: କରୋନାର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରିବାକୁ ପଡିବ । ଏବେଠାରଚ ସତର୍କ ନରହିଲେ କରୋନାର ଦ୍ୱିତୀୟ ଲହରୀକୁ ରୋକିବା କଷ୍ଟକର ହୋଇପଡିବ । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ରୂପରେ କରୋନା ଓ ଆମ ସତର୍କତା ନାଁରେ ଏକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । କେରଳ, ମହାରାଷ୍ଟ୍ର, ଛତିଶଗଡ, ମଧ୍ୟପ୍ରଦେଶ, ପଞ୍ଜାବ ଓ ହରିଆଣାରେ କରୋନା ଉପରମୁହାଁ ହେବା ପରେ ଅଧିକ ସତର୍କ ହୋଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ଜାରି ନିର୍ଦ୍ଦେଶାବଳୀରେ କେତେକ ସତର୍କତା ନେଇ ପରାମର୍ଶ ଦିଆଯାଇଛି ।
ତେବେ ନୂଆ ରୂପରେ ଆସିଥିବା କରୋନାର ନୂଆ ଲକ୍ଷଣ ରହିଛି । ଦେହ ହାତ ଅବଶ ଲାଗିବା ନୂଆ ରୂପର ନୂଆ ଲକ୍ଷଣ । ଏହା ସହ ଭୋକ ନହେବା, ମୁଣ୍ଡ ବିନ୍ଧା, େ ଦେହ, ହାତ ସାମାନ୍ୟରୁ ମଧ୍ୟମ ଘୋଳା ବିନ୍ଧା, ନୂଆ କରି ଚର୍ମରୋଗ ଦେଖାଦେବା, ଗଳା ଦରଜ ଓ ନାକ ଚୁଂଟି ହେବା, ସାମାନ୍ୟ କାଶ ସହ ଛାତିରେ ଯନ୍ତ୍ରଣା ହେବା ଏହାର ଲକ୍ଷଣ ରହିଛି ।
କେତେକ ନୂଆ ପ୍ରଜାତି ପୂର୍ବ ଅପେକ୍ଷା ଅଧିକ ଭୟଙ୍କର ହୋଇଛି, ଯାହାର ନିୟନ୍ତ୍ରଣ କଷ୍ଟ । ପୂର୍ବ ଅପେକ୍ଷା କରୋନା ଅଧିକ ସହଜରେ ଦେହରେ ପ୍ରବେଶ କରିପାରେ । ନୂଆ ପ୍ରଜାତି ଅଧିକ ସଂକ୍ରାମକ ହୋଇଥିବା ବେଳେ ଶୁଖିଲା ବସ୍ତୁରେ ୮ ଦିନ ସକ୍ରିୟ ରହିବ । ଠିକ୍ ଭାବେ ମାସ୍କ ପିନ୍ଧିବା, ହାତ ଧୂଆ ଓ ସାମାଜିକ ଦୂରତା ମାନିବାକୁ ପଡିବ । ସ୍କୁଲ, କଲେଜ, ମନ୍ଦିର ଓ ବଜାରରେ କୋଭିଡ ନିୟମ ମାନିବାକୁ କୁହାଯାଇଛି । ବାହାର ରାଜ୍ୟରୁ ଫେରୁଥିବା ବ୍ୟକ୍ତିଙ୍କୁ ୭ ଦିନ ପୃଥକବାସରେ ରଖିବା । ସନ୍ଦିଗ୍ଧ ଲକ୍ଷଣ ଥିବା ବ୍ୟକ୍ତିଙ୍କ ତୁରନ୍ତ କରୋନା ପରୀକ୍ଷା କରାଇବେ । ସରକାରଙ୍କ ନିର୍ଦ୍ଧାରିତ ସାରଣୀ ଅନୁସାରେ କରୋନା ଟିକା ନିଶ୍ଚିତ ନେବା । ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲ ଭୂତାଣୁ ଆମ ଦେଶରେ ଚିହ୍ନଟ ହେଲେଣି । ତେବେ ଏଥିରୁ ବଞ୍ଚିବା ପାଇଁ ମୌଳିକ କୋଭିଡ ନିରୋଧୀ ଆଚରଣ ଗ୍ରହଣ କରିବା,ହାତ ଧୋଇବା । ଯେଉଁମାନେ ନିୟମ ପାଳନ କରୁନାହାନ୍ତି ସେମାନଙ୍କୁ ବୁଝାଇବା । ସରକାରଙ୍କ ନିୟମ ଅନୁସାରେ ସମୟ ଆସିଲେ କରୋନା ଟିକା ନେବା । ଜନସମାଗମଠାରୁ ନିଜକୁ ଯଥାସମ୍ଭବ ଦୂରେଇ ରହିବା । କୋଭିଡ ନିୟମ ପାଳନକୁ ସାମ୍ବିଧାନିକ ଓ ମାନବିକ ଦାୟିତ୍ୱ ଭାବିବା ।
Comments are closed.