ଏପରି କରନ୍ତୁ ଦିନର ଆରମ୍ଭ
ଭୁବନେଶ୍ୱର: ଦିନର ଆରମ୍ଭ ଆମକୁ ପୁରାଦିନ କେମିତି କଟିବ ତାର ଆଭାଷ ଦେଇଥାଏ । ଜୀବନର ପ୍ରତିଟି ସମସ୍ୟା ସହ ଜଡ଼ିତ ତାର ସମାଧାନ ଦିନ ଆରମ୍ଭରୁ ହିଁ ଚାଲିଥାଏ । ଜୀବନରେ ସଫଳ ହେବାକୁ ଚାହୁଁଥିଲେ ଦିନର ଆରମ୍ଭ ସଠିକ ଭାବେ କରିବା ଉଚିତ । ଏହାଦ୍ୱାରା ବ୍ୟକ୍ତି ପ୍ରତିଟି କାର୍ଯ୍ୟକୁ ଭଲ ଭାବେ କରିପାରିଥାଏ । ଯେପରିକି:
ସଠିକ ଭାବରେ ସମୟର ପରିଚାଳନା କରିବା । ଯେଉଁ ବ୍ୟକ୍ତି ସମୟର ମୂଲ୍ୟକୁ ଜାଣେ, ସେ ସଫଳ ହୋଇଥାଏ । ଏଥିପାଇଁ ବ୍ୟକ୍ତିକୁ ନିଜର ସମସ୍ତ କାର୍ଯ୍ୟ ସମୟ ଥାଇ ପୂରଣ କରିବା ଉଚିତ । ଯୋଜନା ମୁତାବକ ସମୟକୁ ଧ୍ୟାନରେ ରଖି ଯିଏ କାମ କରିଥାଏ ସେ ସଫଳ ହୁଏ । କାରଣ ଅତିତ କେବେ ଲେଉଟେନାହିଁ । ଏଣୁ ସମୟର ସଦୁପଯୋଗ କରନ୍ତୁ ।
ସେହିପରି ଆପଣ ଦିନଟି କିପରି କଟାଇବେ ତାହାର ଏକ ରୂପରେଖ ପ୍ରସ୍ତୁତ କରନ୍ତୁ । ଆପଣ ସର୍ବପ୍ରଥମେ ଦିନ ଯାକ କ’ଣ କରିବାକୁ ହେବ ସେନେଇ ଯୋଜନା ପ୍ରସ୍ତୁତ କରିବା ଉଚିତ । ନିଜର ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଏହାକୁ କରନ୍ତୁ । ଏହା ଦିନତମାମ ମୁଣ୍ଡରେ ରହିବ । ଏହାଦ୍ୱାରା ଯେକେହି ଆଗକୁ ବଢ଼ି ପାରିବ ।
ଭଲରେ ଦିନର ଆରମ୍ଭ କରିବା ପୂର୍ବରୁ ଆପଣ ପ୍ରଥମତଃ ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । କୌଣସି କାର୍ଯ୍ୟରେ ସଫଳ ହେବା ଲାଗି ନିରୋଗୀ ରହିବା ଉଚିତ । ଏଥିଲାଗି ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହୁଅନ୍ତୁ । ପ୍ରତିଦିନ ସକାଳୁ ଉଠି କିଛି ସମୟ ଯୋଗ ଅଥବା ବ୍ୟାୟାମ କରନ୍ତୁ । ଏହାଦ୍ୱାରା ଶରୀର ମଜଭୂତ ହେବା ସହ ନିଜର କ୍ଷମତା ବଢ଼ିଥାଏ ।
ପରିବାର ହେଉଛି ଆମର ଶକ୍ତି । ପ୍ରତିଟି ବ୍ୟକ୍ତି ପରିବାର ପାଇଁ ସବୁକିଛି କରିଥାଏ । ଏଥିଲାଗି ଲୋକଙ୍କୁ ସକାଳେ କିଛି ସମୟ ପରିବାର ସହ ବିତାଇବା ଉଚିତ । ଏହାଦ୍ୱାରା ବ୍ୟକ୍ତିଙ୍କୁ ସୁଖଦ ଅନୁଭୂତି ମିଳିଥାଏ । ସେହିଭଳି କାର୍ଯ୍ୟ କରିବାକୁ ଶକ୍ତି ମଧ୍ୟ ମିଳିଥାଏ । ପରିବାରରୁ ମିଳୁଥିବା ପ୍ରେରଣାରୁ ବ୍ୟକ୍ତିଟିଏ ନିଷ୍ଠାର ସହ ଲକ୍ଷ୍ୟ ପ୍ରାପ୍ତି କରିବାର ଚେଷ୍ଟା କରିଥାଏ ।
Comments are closed.