ଚନ୍ଦ୍ରବାବୁ ନାଇଡୁଙ୍କୁ ଭେଟିଲେ ଷ୍ଟାଲିନ

ଟିଡିପି ମୁଖ୍ୟ ତଥା ବିଜେପି ନେତୃତ୍ୱାଧୀନ ଏନଡିଏର ପ୍ରମୁଖ ସହଯୋଗ ଏନ ଚନ୍ଦ୍ରବାବୁ ନାଇଡୁ କେନ୍ଦ୍ରରେ ହେବାକୁ ଥିବା ସରକାର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କହିଛନ୍ତି।

ବୁଧବାର ଏନଡିଏ ବୈଠକରେ ଯୋଗ ଦେଇଥିବା ଚନ୍ଦ୍ରବାବୁ ନାଇଡୁଙ୍କୁ ଡିଏମକେ ସୁପ୍ରିମୋ ଷ୍ଟାଲିନ ଏୟାରପୋର୍ଟରେ ଭେଟିଥିଲେ। ଏହାପରେ ସେ ଏକ୍ସରେ ଭେଟଘାଟର ଫଟୋ ପୋଷ୍ଟ କରି ବଡ଼ କଥା କହିଛନ୍ତି।

ଷ୍ଟାଲିନ ଦିଲ୍ଲୀ ଏୟାରପୋର୍ଟରେ ନାଇଡୁଙ୍କୁ ଭେଟିବା ପରେ କହିଛନ୍ତି, “ଥଲାଇବର କଲାଇଙ୍ଗର(କରୁଣାନିଧି)ଙ୍କ ଦୀର୍ଘକାଳୀନ ବନ୍ଧୁ ଚନ୍ଦ୍ରବାବୁ ନାଇଡୁ ଗାରୁଙ୍କୁ ଭେଟିଛି। ମୁଁ ତାଙ୍କ ମୋର ଶୁଭେଚ୍ଛା ଜଣାଇଛି ଓ ଆଶା ରଖିଛି ଯେ ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ଥିବା ଭାଇଚାରକୁ ସେ ଅଧିକ ସଶକ୍ତ କରିବେ।

ମୁଁ ନିଶ୍ଚିତ ଯେ ସେ କେନ୍ଦ୍ରରେ ଗଠନ ହେବାକୁ ଥିବା ସରକାରରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ଦକ୍ଷିଣପ୍ରାନ୍ତର ଦୁଇ ରାଜ୍ୟର ଫାଇଦା ଓ ଆମର ଅଧିକାରର ସୁରକ୍ଷା ସମ୍ପର୍କରେ ମଧ୍ୟ କଥା ହୋଇଛି।

Comments are closed.