ମୋଦିଙ୍କ ପାଦ ଛୁଇଁଲେ ନୀତୀଶ

ଶୁକ୍ରବାର ଏନଡିଏ ସଂସଦୀୟ ଦଳର ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜେଡିୟୁ ନେତା ନୀତୀଶ କୁମାର, ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଏବଂ ଏମ୍‌ପି ଯୋଗ ଦେଇଥିଲେ। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏନଡିଏ ଦଳର ନେତା ଭାବେ ମନୋନୀତ କରାଯାଇଛି। ଏହି ସମୟରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ନୀତୀଶ କୁମାର ମୋଦିଙ୍କ ପାଦ ଛୁଇଁ ପ୍ରଣାମ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି।

ନୀତୀଶ ପ୍ରଶଂସା କରି କହିଛନ୍ତି, ନରେନ୍ଦ୍ର ମୋଦି ସମଗ୍ର ଦେଶର ସେବା କରିଛନ୍ତି ଏବଂ ତାଙ୍କର ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ରହିଛି ଯେ ଯାହା ବାକି ଅଛି, ସେ ଏହାକୁ ପରବର୍ତ୍ତୀ ସମୟରେ ସମ୍ପୂର୍ଣ୍ଣ କରିବେ। ନୀତୀଶ ଆହୁରି କହିଛନ୍ତି, ଆମ ଦଳ ଜନତା ଦଳ (ୟୁନାଇଟେଡ) ପ୍ରଧାନମନ୍ତ୍ରୀ ପଦ ପାଇଁ ନରେନ୍ଦ୍ର ମୋଦି ଜୀଙ୍କୁ ସମର୍ଥନ କରେ। ଏହା ଅତ୍ୟନ୍ତ ଖୁସିର ବିଷୟ ଯେ ସେ ୧୦ ବର୍ଷ ଧରି ପ୍ରଧାନମନ୍ତ୍ରୀ ରହିଛନ୍ତି ଏବଂ ପୁନର୍ବାର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି।

 

 

 

Comments are closed.