ସ୍କୁଲ ଭିତରେ ଗଣ୍ଡଗୋଳକୁ ନେଇ ଛୁରାମାଡ

ଭଞ୍ଜନଗର : ସ୍କୁଲ ଭିତରେ ୨ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳକୁ ନେଇ ହୋଇଛି ଛୁରାମାଡ । ଗଞ୍ଜାମ ଥାନା ଗାଙ୍ଗପୁର ବଡବୋରସିଙ୍ଗ ଗାଁ ନୋଡାଲ ସ୍କୁଲରେ ଉଚ୍ଚ ବିଦ୍ୟାଳୟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଥଟ୍ଟାମଜାରୁ ଦଶମ ଶ୍ରେଣୀର ୨ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଜଣେ ଛାତ୍ରର ଛୁରାମାଡରେ ଅମିତ ନାୟକ ନାମକ ଅନ୍ୟ ଜଣେ ଛାତ୍ର ଗୁରୁତର ଆହତ ହୋଇଥିବା ଜଣାପଡିଛି । ଉଭୟ ୧୦ମ ଶ୍ରେଣୀ ଛାତ୍ର ଥିବା ଜଣାପଡିଛି । ଗୁରୁତର ଛାତ୍ର ଅମିତ ନାୟକଙ୍କୁ ପ୍ରହ୍ମପୁର ବଡ ମେଡିକାଲରେ ତୁରନ୍ତ ଭର୍ତ୍ତି କରାଯାଇଛି । ଅନ୍ୟ ଜଣେ ଛାତ୍ରକୁ ଅଟକ ରଖିଛନ୍ତି ସ୍କୁଲ କର୍ତ୍ତୃପକ୍ଷ ।

ସ୍କୁଲରେ ଡ୍ରିଲ୍ କ୍ଲାସ ହେବା ସମୟରେ ଏ ଘଟଣା ଘଟିଛି । ଶୁଭମ୍ ଭୋଳ ନାମକ ଛାତ୍ର ଅମିତର ପେଟରେ ଛୁରା ଭୁଷିଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରୁଛି ।

Comments are closed.