କେରଳ ଛୁଇଁଲା ମୌସୁମୀ ବାୟୁ
ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି । ମୌସୁମୀ ବାୟୁ କେରଳ ଛୁଇଁବା ପରେ କିଛି ସ୍ଥାନରେ ବର୍ଷା ହୋଇଥିବା ଜଣାପଡିଛି । ଏନେଇ ଭାରତୀୟ ପାଣି ପାଗ ବିଭାଗ ପଖରୁ ସୂଚନା ପ୍ରଦାନ କରାଯାଇଛି । ସେହିପରି ମୌସୁମୀ ବାୟୁ ୪୮ଘଣଟା ମଧ୍ୟରେ ଆଭ୍ୟନ୍ତରୀଣ କର୍ଣ୍ଣାଟକ ଛୁଇଁବାର ସମ୍ଭାବନା ରହିଛି । ଏହାଛଡା ଓଡିଶାରେ ଆସନ୍ତା ଦୁଇଦିନ ଧରି ଗ୍ରୀଷ୍ମ ପ୍ରବାହ ପରେ ଜୁନ୍ ଏକ ତାରିଖରୁ ବର୍ଷା ହେବାର ସମ୍ଭାବନା ରହିଥିବା ଜଣାପଡିଛି । ଏନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଶରତ ସାହୁ ସୂଚନା ଦେଇଛନ୍ତି ।
Comments are closed.