ଦକ୍ଷିଣ ଆଫ୍ରିକା ଫେରନ୍ତାଙ୍କୁ କରୋନା

ଗଞ୍ଜାମ,୨ା୩: ଗଞ୍ଜାମରୁ ଜଣେ ଦକ୍ଷିଣ ଆଫ୍ରିକା ଫେରନ୍ତା ବ୍ୟକ୍ତିି କରୋନା ପଜିଟିଭ୍ ହୋଇଛନ୍ତି । ଗଞ୍ଜାମର ୪ଟି କେସ୍ ପରିକ୍ଷା ପାଇଁ ଦିଆଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଛି । ଏନେଇ ଜନସ୍ୱାର୍ଥ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।

ଦକ୍ଷିଣ ଆଫ୍ରିକା ଫେରନ୍ତା ବ୍ୟକ୍ତି ଦିଗପହଣ୍ଡିର ହୋଇଥିବା ଜଣାପଡିଛି । ଏବେ ସମ୍ପୃକ୍ତ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି । ସମ୍ପୃକ୍ତ ବ୍ୟକ୍ତିଙ୍କ ପରିବାର ହୋମ୍ ଆଇସୋଲେସନରେ ଅଛନ୍ତି । ଏବେ ଉକ୍ତ ବ୍ୟକ୍ତି ଭୁବନେଶ୍ୱରର ଏକ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି । ପଜିଟିଭ୍ ପରେ ଭୂତାଣୁର ଅନୁଧ୍ୟାନ ପାଇଁ ଆଇଏଲଏସ ପଠାଯାଇଛି ବୋଲି ଜନସ୍ୱାର୍ଥ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି । ସେହିପରି ବାଲେଶ୍ୱରର ମଧ୍ୟ ଜଣେ ବ୍ୟକ୍ତି ମହାରାଷ୍ଟ୍ର ଫେରନ୍ତା କରୋନା ପଜିଟିଭ୍ ହୋଇଛନ୍ତି ।

Comments are closed.