ଜଗନ୍ନାଥଙ୍କ ଗୀତକୁ ନେଇ ବିବାଦ ଘେରରେ ସୋନା
ଗୀତକୁ ନେଇ ବିଭିନ୍ନ ଗୀତିକାର ଭିନ୍ନ ଭିନ୍ନ ରଙ୍ଗରେ ଗାଇ ଦର୍ଶକଙ୍କ ମନ ଲୋଭିବାରେ ଲାଗିଛନ୍ତି, ପରନ୍ତୁ ଭଜନକୁ ଭିନ୍ନ ଢଙ୍ଗରେ ଗାଇ ବିବାଦ ଆଡକୁ ଠେଲି ହୋଇଛନ୍ତି କଣ୍ଠଶିଳ୍ପୀ ସୋନା ମହାପାତ୍ର । ଶ୍ରୀଜଗନ୍ନାଥଙ୍କ ଲୋକପ୍ରିୟତା ଅର୍ଜନ କରିଥିବା ଭଜନ ମଧ୍ୟରୁ ‘ଆହେ ନୀଳଶୈଳ’ ଅନ୍ୟତମ, ଯାହାକୁ ନେଇ ସୋନା ଭୁଲ ଗାଇଥିବାର ଜଣାପଡିଛି । ଯେପରି ସାଲବେଗକୁ ସାଲେବେଗ, ମତ୍ତକୁ ମାତ୍ର, ଚରଣକୁ ଚରଣେ, ଶ୍ରୀଅଙ୍ଗକୁ ଛିରଙ୍ଗା ଆଦି ଭୁଲ ଶବ୍ଦ ଉଚ୍ଚାରଣ କରିଛନ୍ତି । ଜଗନ୍ନାଥଙ୍କ ଭକ୍ତମାନଙ୍କୁ ଏହା ଗଭୀର ଆଘାତ ଦେଇଥିବାରୁ ଏହାକୁ ତ୍ରୀବ ନିନ୍ଦା କରାଯାଇଛି । ଏହାପୂର୍ବରୁ ସେ ବିଶ୍ୱପ୍ରସିଦ୍ଧ ଗୀତ ରଙ୍ଗବତୀ ଓ ପ୍ରଖ୍ୟାତ ସୁଫି ଗୀତ ତୋରି ସୁରତକୁ ନେଇ ବିବାଦକୁ ଟାଣି ହୋଇଥିଲେ ।
Comments are closed.