ଦୁର୍ଗା ପୂଜା ବିଧିର କିଛି ରୋଚକ ତଥ୍ୟ

ବର୍ଷକୁ ଥରେ ଆମେ ଚାହିଁ ରହିଥାନ୍ତି ଏହି ଦିନକୁ କେବେ ମା ଜଗତ ଜନନୀ ଦୁର୍ଗ ଏ ଧରା ଅବତରଣ କରିବେ । ଏହି ପର୍ବର ଶେଷ ଦିନଟି ଦଶହରା ତଥା ବିଜୟା ଦଶମୀ ନାମରେ ପରିଚିତ।କଣ ଏହି ଦୁର୍ଗା ପୂଜା କେବେ ଠାରୁ ଆରମ୍ଭ ହୋଇଥିଲା ଆପଣ ଜାଣିଛନ୍ତି??ଏବଂ କଣ ହେଉଛି ଏହାର ପୂଜା ବିଦ୍ଧି। ଜନ୍ମାଷ୍ଟମୀ ଅବସରରେ ନଦୀରୁ ମାଟି ଉଦ୍ଧାର କରାଯାଏ।ଯାହା ଦଶହରାର ପ୍ରଥମ ବିଧି ଅଟେ। ଏହାପରେ କାରିଗର ମାନେ ମୂର୍ତ୍ତି ଗଠନରେ ବ୍ୟସ୍ତ ରୁହନ୍ତି।ପବିତ୍ର ମହାଳୟା ଅବସରରେ ମାଆଙ୍କ ମୂର୍ତ୍ତିରେ ଖଡ଼ି ଚଢା ଯାଏ।ଏବଂ ମହାଳୟା ଠାରୁ ପ୍ରକୃତ ଦୁର୍ଗା ପୂଜା ଆରମ୍ଭ ହୁଏ।କାରଣ ଏହି ଦିନ ଠାରୁ ଦୁର୍ଗା ପୂଜା ମଧ୍ୟରେ ୧୦ଦିନ ସମୟ ଥାଏ।ଯାହା ପୁରାଣ ଶାସ୍ତ୍ରରେ ଦଶହରା ବୋଲି କୁହାଯାଏ।ପ୍ରକୃତ ପୂଜା ବିଧି ଷଷ୍ଠୀ ଠାରୁ ଦଶମୀ ପର୍ଯ୍ୟନ୍ତ ଦେଖିବାକୁ ମିଳେ।ମା ଙ୍କୁ ସ୍ଵାଗତ କରିବାକୁ ଯାଇ ଷଷ୍ଠୀ ପୂଜାରେ ବେଲବରଣୀ କରାଯାଏ।

ବେଲ ଗଛ ପାଖରେ ଏହି ପୂଜା ସମ୍ପନ୍ନ କରାଯାଏ।ଶେଷରେ ରାତ୍ରୀ କାଳରେ ମା ଙ୍କ ଚକ୍ଷୁ ଦାନ ସମ୍ପନ୍ନ ହୁଏ।ଏହା ମା ଙ୍କ ବିଶେଷ ପୂଜା ବିଧି।ଶାସ୍ତ୍ର ମତେ ଏଥିରେ କୌଣସି ଅବହେଳା ହେଲେ ଅନିଷ୍ଟ ଘଟିବା ସୁନିଶ୍ଚିତ।ସପ୍ତମୀରେ ନବ ପତ୍ରିକା ପୂଜା କରାଯାଏ।ଯେଉଁ ଥିରେ କଦଳୀ ଗଛକୁ ପୂଜା କରାଯାଏ।ଏହାପରେ ମହା ସ୍ନାହାନ ବିଧି ସମ୍ପନ୍ନ କରାଯାଏ।ଅଷ୍ଟମୀରେ ହୁଏ ମା ଙ୍କ ମୁଖ୍ୟ ସନ୍ଧି ପୂଜା।ଏହିଦିନ ମା ଙ୍କ ପାଖରେ ବଳି ଦିଆଯାଏ। ପୂର୍ବରୁ ଜୀବ ମାନଙ୍କୁ ବଳି ଦିଆଯାଉଥିଲା।କିନ୍ତୁ ଆଜିକାଲି ଲାଉ,ପାଣି କଖାରୁ,ଆଉ ବୋଇତି କଖାରୁ ବଳି ଦିଆଯାଉଛି। ନବମୀ ପୂଜାରେ ମା ଙ୍କ ପୀଠରେ ମାଛ ଭୋଗ ହୋଇଥାଏ। ଦଶମୀ ପୂଜା ମା ଙ୍କ ଅନ୍ତିମ ପୂଜା ଅଟେ।

Comments are closed.