ଧନତେରସରେ ଘରକୁ ଆଣନ୍ତୁ ଏହି ସବୁ ଜିନିଷ

ଧନତେରାସରେ କେଉଁ ଜିନିଷ କିଣିବା ଦ୍ଵାରା ଆପଣଙ୍କ ଭାଗ୍ୟରେ ପରିବର୍ତ୍ତନ ହେବା ସହିତ ଘରକୁ ଧନର ଆଗମନ ହେବ।ଧନତେରସ ଆଉ ଦୀପାବଳୀ ଏହି ଦୁଇଟି ପର୍ବ ଧନକୁ ଜଡ଼ିତ ଅଟେ।ସେଥି ପାଇଁ ଏହି ଦୁଇ ଦିନ କରାଯାଇଥିବା କାମ ଆମ ଧନରେ ବୃଦ୍ଧି କରାଏ।ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଲୋକମାନେ କେତେ କଣ ଉପାୟ କରିଥାନ୍ତି।ଅନେକ ଲୋକ ଧନତେରସ ଦିନ ସୁନା,ରୂପା,ପିତଳ ଆଦି ଅନେକ ଜିନିଷ ଘରକୁ କିଣି ଆଣନ୍ତୁ।

କିନ୍ତୁ ଏହା ବଦଳରେ ଯଦି ଆପଣ ଗୋଟିଏ ଲୁଣ ପ୍ୟାକେଟ ଘରକୁ ଆଣିବେ ତାହେଲେ ଆପଣଙ୍କର ଧନରେ ବୃଦ୍ଧି ହୋଇଥାଏ।ଲୁଣ ଆପଣଙ୍କୁ ସାମାନ୍ୟ ଲାଗୁଥିବ କିନ୍ତୁ ଏହାର ସମ୍ବନ୍ଧ ମା ଲକ୍ଷ୍ମୀଙ୍କ ସହିତ ରହିଥାଏ।ଆପଣ ଯଦି ଧନତେରସ ଦିନ ଖଣ୍ଡ ହଳଦୀ ଘରକୁ ଆଣିବେ ଆପଣଙ୍କର ବହୁତ ଶୁଭ ହୋଇଥାଏ।

ଆପଣଙ୍କ ଭାଗ୍ୟରେ ପରିବର୍ତ୍ତନ ଘଟିଥାଏ।ଗୋମତୀ ଚକ୍ର ଆପଣଙ୍କୁ ବଜାରରେ ବହୁତ ସହଜରେ ମିଳିଯିବ।ଏହାକୁ ଯଦି ଆପଣ ଧନତେରାସ ଦିନ ଘରକୁ ଆଣିବେ ତାହେଲେ ଆପଣଙ୍କର ଧନ ଧାନ୍ୟରେ ବୃଦ୍ଧି ହୋଇଥାଏ।ଯଦି ଆପଣ ଧନତେରସ ଦିନ ଶ୍ରୀ ଯନ୍ତ୍ର ଏବଂ କୁବେର ଯନ୍ତ୍ର ଘରକୁ ଆଣିବେ ନିଜର ଧନ ରଖିବା ସ୍ଥାନରେ ରଖିବେ ଆପଣଙ୍କର ଧନରେ ବୃଦ୍ଧି ହୋଇଥାଏ।

ଧନତେରସ ଆଉ ଦୀପାବଳୀ ଦିନ ବିଧି ବିଧାନରେ ପୂଜା କରିବା ପରେ ରୁପାରେ ତିଆରି ମା ଲକ୍ଷ୍ମୀ ଏବଂ ଗଣେଶଙ୍କ ମୂର୍ତ୍ତି ଘରେ ସ୍ଥାପିତ କରନ୍ତୁ।ଏହା କରିବା ଦ୍ୱାରା କେବେ ବି ଘରେ ଧନର କମି ହୋଇନଥାଏ।ଘରେ ସୁଖ ଶାନ୍ତିର ବାସ ହୋଇଥାଏ।ଲଘୁ ନଡ଼ିଆ ସାମାନ୍ୟ ନଡ଼ିଆ ଠାରୁ ସାନ ହୋଇଥାଏ।

ଏହାକୁ ଶ୍ରୀ ଫଳ ମଧ୍ୟ କୁହାଯାଇଥାଏ।ଏହି ନଡ଼ିଆକୁ ଲାଲ କପଡାରେ ବାନ୍ଧି ଏମିତି ଯାଗାରେ ରଖି ଦିଅନ୍ତୁ ଯେଉଁଠି କାହାର ଆଖି ନ ପଡ଼ିବ।ଧନତେରସ ଏବଂ ଦୀପାବଳୀ ଦିନ ରୂପାର ମା ଲକ୍ଷ୍ମୀଙ୍କ ଚରଣ ପାଦୁକାକୁ ଘରେ ସ୍ଥାପିତ କରନ୍ତୁ।ପ୍ରତିଦିନ ଏହାର ପୂଜା କରନ୍ତୁ।କଉଡ଼ି ଦେଖିବାରେ ବହୁତ ସାମାନ୍ୟ ଅଟେ।

କିନ୍ତୁ ଏହାର ପ୍ରଭାବ ବହୁତ ଚମତ୍କାର ହୋଇଥାଏ।ଆଗକୁ ମା ଲକ୍ଷ୍ମୀଙ୍କର ପ୍ରତୀକ ବୋଲି କୁହାଯାଏ। ମୋତି ଶଙ୍ଖର ତନ୍ତ୍ରରେ ବହୁତ ମହତ୍ତ୍ଵ ଅଛି।ଏହି ଶଙ୍ଖ ଦେଖିବାରେ ବହୁତ ସୁନ୍ଦର ଦେଖା ଯାଉଥାଏ।ଏହା ସହ ଧନକୁ ନିଜ ଆଡକୁ ଆକର୍ଷିତ କରିଥାଏ।ଏହାକୁ ନିଜ ପୂଜା ଘରେ ସ୍ଥାପିତ କଲେ ଆପଣଙ୍କର ସବୁ ମନସ୍କାମନା ପୂରଣ ହୋଇଥାଏ।

ଏକ ଆଖି ନଡ଼ିଆ ଉପରେ ଆଖି ପରି ଏକ ଆକୃତି ଥାଏ। ଧନତେରସ ଓ ଦୀପାବଳୀ ଦିନ ଏହାକୁ ଘରେ ସ୍ଥାପିତ କରିବା ଦ୍ୱାରା ମଣିଷର ଭାଗ୍ୟ ଦେଖୁ ଦେଖୁ ବଦଳି ଯାଇଥାଏ।ଏହା ସହ ସେହି ଦିନ ଝାଡୁ ଆଣିଲେ ମଧ୍ୟ ଅନେକ ଶୁଭଫଳ ମିଳିଥାଏ।ଏହାକୁ ଏପାରି ସ୍ଥାନରେ ରଖିବେ ଦେଖିବେ ଯେମିତି ବାହାର ଲୋକ ଏହାକୁ ଦେଖି ପାରିବେ ନାହିଁ

Comments are closed.