ସିଦ୍ଧି ପରିଶ୍ରା କାଣ୍ଡ:ଦଶମତ ରାୱତ ସରକାରଙ୍କୁ କଲେ ନିବେଦନ, ଜାଣନ୍ତୁ କାହିଁକି

ସିଦ୍ଧି: ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାରେ ଆଦିବାସୀ ଦଶମତ ରାୱତଙ୍କ ଉପରେ ସ୍ଥାନୀୟ ପ୍ରବେଶ ଶୁକ୍ଳା ନାମକ ଜଣେ ବ୍ୟକ୍ତି ପରିଶ୍ରା କରିବା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ଏହି ଘଟଣାକୁ ଆହୁରି ରୋଚକ କରିଥିଲା ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଯେତେବେଳେ ପୀଡିତ ଦଶମତଙ୍କ ପାଦ ଧୋଇଥିଲେ । ଏହି ପାଦ ଧୋଇବାର ଭିଡିଓ ଭାଇରାଲ ହେବା ପରେ ଏହି ଘଟଣା ଏକ ରାଜନୈତିକ ଏଜେଣ୍ଡା ହୋଇ ଯାଇଥିଲା।

ଏବେ ଏହି ଘଟଣା ପୁଣି ନେଇଛି ନୂଆମୋଡ । ଅଭିଯୁକ୍ତ ପ୍ରବେଶ ଶୁକ୍ଳା ଗିରଫ ହୋଇ ଜେଲରେ ଥିବାବେଳେ ପୀଡିତ ଦଶମତ ନିଜ ବୟାନ ଜାରି ରଖିଛନ୍ତି । ସେ ରାଜ୍ୟ ସରକାରଙ୍କ ପାଖରେ ପ୍ରବେଶ ଶୁକ୍ଳାଙ୍କୁ ଛାଡ଼ି ଦେବାକୁ ନିବେଦନ କରିଛନ୍ତି । ଦଶମତ କହିଛନ୍ତି, ସେ ତାଙ୍କ ଭୁଲ ପାଇଁ ଅନୁତାପ କରିସାରିଲେଣି । ତେଣୁ ତାଙ୍କୁ ଛାଡି ଦିଆଯାଉ ।

ଦଶମତଙ୍କ ଉପରେ ପରିଶ୍ରା କରିଥିବା ଭିଡିଓ ମଙ୍ଗଳବାର ଭାଇରାଲ ହେବା ପରେ ଅଭିଯୁକ୍ତ ପ୍ରବେଶ ଶୁକ୍ଳାଙ୍କୁ ପୋଲିସ ବୁଧବାର ଗିରଫ କରିଥିଲା । ଏବେ ସିଦ୍ଧି ଜେଲରେ ଅଛନ୍ତି । ସେତିକି ନୁହେଁ, ପୋଲିସ ପ୍ରବେଶ ଶୁକ୍ଳା ବେଆଇନ ଭାବେ ମାଡି ବସିଥିବା ଜାଗାରେ ବୁଲଡୋଜର ଚଲାଇ ତାଙ୍କ ଘର ଭାଙ୍ଗି ଦେଇଛନ୍ତି ।

Comments are closed.