ଚୀନକୁ ନାଲି ଆଖି ଦେଖାଇଲା ଆମେରିକା, ଜାଣନ୍ତୁ କାହିଁକି

ୱାଶିଂଟନ: ମୁହାଁମୁହିଁ ହୋଇଛନ୍ତି ଚୀନ-ଆମେରିକା ରାଷ୍ଟ୍ରପତି । ଚୀନ ରାଷ୍ଟ୍ରପତିଙ୍କୁ ସତର୍କ ରହିବାକୁ ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ସିଧାସଳଖ ଧମକ ଦେଇ ବାଇଡେନ କହିଛନ୍ତି, ଚୀନ ଭଲଭାବେ ବୁଝିବା ଉଚିତ୍ ଯେ, ତାର ଅର୍ଥ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ପଶ୍ଚିମ ରାଷ୍ଟ୍ର ଉପରେ ନିର୍ଭର କରୁଛି । ବାଇଡେନ କହିଛନ୍ତି, ମୁଁ ଏମିତି କହି ଚୀନକୁ ଧମକ ଦେଉନି, ଏହା ବାସ୍ତବତା ଯାହା ମୁଁ ଅନୁଧ୍ୟାନ କରି କହୁଛି ।ବାଇଡେନ ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଅତୀତର କଥା ମନେପକାଇ ଆହୁରି କହିଛନ୍ତି, ‘ଯେବେଠାରୁ ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହୋଇଛି, ୬୦୦ ଆମେରିକୀ ନାଗରିକ ରୁଷରୁ ବାହାରି ଆସିଛନ୍ତି । ସେତେବେଳେ ଆପଣ ମୋତେ କହିଥିଲେ ଆପଣଙ୍କର ଅର୍ଥ ବ୍ୟବସ୍ଥା ୟୁରୋପ ଏବଂ ଆମେରିକାର ନିବେଶ ଉପରେ ନିର୍ଭର କରେ । ସେଥିପାଇଁ ସାବଧାନ ରୁହନ୍ତୁ ।’

କଡା ବିରୋଧ କରିଥିଲା । ଏବେ ଏମିତି ଧମକ ଦେଇ ଆମେରିକା ପରୋକ୍ଷରେ ଚୀନକୁ ରୁଷଠାରୁ ଦୂରରେ ରହିବା ପାଇଁ ଚେତାବନୀ ଦେଇଛନ୍ତି । ଇସାରାରେ ଇସାରାରେ କହିଛନ୍ତି, ରୁଷଠାରୁ ଯେତେ ଦୂରେଇ ରହିବ ସେତ ଫାଇଦା । ସୂଚନାଥାଉ କି, ଆମେରିକା ଟ୍ରେଜରୀ ସଚିବ ଜେନେଟ ୟେଲେନ ଏବେ ବେଜିଂ ଗସ୍ତରେ ଅଛନ୍ତି । ଏପରି ସ୍ଥିତିରେ ଆମେରିକା-ଚୀନ ସମ୍ପର୍କରେ ସୁଧାର ଆଣିବା ତାଙ୍କ ପାଇଁ ଏକ ବଡ ଚାଲେଞ୍ଜ ।

Comments are closed.