ଅପରାଜିତା- ଶ୍ରୀମୟୀ ମୁହାଁମୁହିଁ !!
ଭୁବନେଶ୍ୱର(ମହକ ଟିଭି ନ୍ୟୁଜ,ବ୍ୟୁରୋ): ବହୁ ଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଉଠୁଛି ପଡୁଛି ରାଜ୍ୟ | ରାଜ୍ୟ ରାଜନୀତି ଉଷ୍ମ ହେବାରେ ଲାଗିଛି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତଦନ୍ତ ପରିସରଭୁକ୍ତ ତଥା ତାଙ୍କ ଇସ୍ତଫା ଦାବିରେ ବିରୋଧୀ ରାଜ୍ୟ ସରକାରଙ୍କ ଉପରେ ଘନ ଘନ ଚାପ ପକାଉଛନ୍ତି | ଏହାରି ଭିତରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ନିଜେ ଦୁଇ ପୃଷ୍ଠାର ପ୍ରେସ୍ ବାର୍ତା ଜାରି କରିଛନ୍ତି | ତେବେ ଦୁଇ ଦିନ ପୂର୍ବେ ପ୍ରେସ୍ ମିଟ୍ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଆଉ ଅପରାଜିତାଙ୍କୁ କଡା ଜବାବ ଦେବା ପାଇଁ ଆଗେଇ ଆସିଛନ୍ତି ଘଟଣାର ପ୍ରଥମ ଦିନରୁ ମୁହଁ ଖୋଲୁନଥିବା ବିଜେଡି ନେତ୍ରୀ ତଥା ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ।
. @AprajitaSarangi Ji, it seems you are facing identity crisis within your party. Its well understood by the people of Odisha that you are making such distasteful comments in press meet to stay politically relevant in media, without an iota of concern for justice to the victim.
— Shreemayee sweta snigdha Mishra (@ShreemayeeM) October 29, 2021
ଆପଣ ନିଜ ଦଳରେ ପରିଚୟ ସଙ୍କଟରେ ସମ୍ମୁଖୀନ ହୋଇଛନ୍ତି। ରାଜନୀତିରେ ଚର୍ଚ୍ଚାରେ ରହିବା ପାଇଁ ଆପଣ ଗଣମାଧ୍ୟମରେ ଅରୁଚିକର ମନ୍ତବ୍ୟ ଦେଇଛନ୍ତି। ଏକଥା ସାରା ଓଡ଼ିଶାବାସୀଙ୍କୁ ଜଣା ,ପୀଡ଼ିତା ନ୍ୟାୟ ପାଉ ଏଥିରେ ଆପଣଙ୍କ ଆନ୍ତରିକତା ନାହିଁ | ଏଭଳି ଏକ ଜଘନ୍ୟ ଅପରାଧକୁ ରାଜନୀତିକରଣ କରିବା ପୂର୍ବରୁ ଆପଣ ଟିକେ ଆତ୍ମ ସମ୍ମାନକୁ ଧ୍ୟାନ ଦିଅନ୍ତୁ ବୋଲି ଶ୍ରୀମୟୀ ଅପରାଜିତାଙ୍କୁ ଟ୍ୱିଟ୍ କରି ଲେଖିଛନ୍ତି। ।
Comments are closed.