ରାହୁଲ ଗାନ୍ଧିଙ୍କୁ ଝଟକା

ସିରୁଗୁଡି,୨୬।୧: ୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଗଢି ଉଠିଥିଲା ବିରୋଧୀ ମିଳିତ ମେଣ୍ଟ ଇଣ୍ଡିଆ। ହେଲେ ଆସନ ବୁଝାମଣାକୁ ନେଇ ଛକାପଞ୍ଚା ଲାଗିବା ପରେ ଦେଶର ସବୁଠାରୁ ପୁରୁଣା ଜାତୀୟ ଦଳ କଂଗ୍ରେସ ଏବେ ବଡ ବିପର୍ଯ୍ୟୟର ସାମ୍ନା କରୁଛି। ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ(ଟିଏମସି) ମୁଖିଆ ମମତା ବାନାର୍ଜୀ ପରେ ପଞ୍ଜାବରେ ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏକାକୀ ଲଢିବା ନେଇ ନିଷ୍ପତ୍ତି ନେଇଛନ୍ତି।

ତେବେ ଏହାରି ଭିତରେ ଶୁଣିବାକୁ ମିଳିଛି ଯେ, ପଶ୍ଚିମବଙ୍ଗ ସିଲିଗୁଡିରେ ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ କରିବାକୁ ପଶ୍ଚିମବଙ୍ଗ ସରକାର ଅନୁମତି ଦେଉ ନାହାନ୍ତି। ଏନେଇ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଅଭିଯୋଗ ଆଣିିଛନ୍ତି।

ସେ କହିଛନ୍ତି, ଯାତ୍ରା ଆରମ୍ଭରୁ ଏହା ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେଲାଣି। ପଶ୍ଚିମବଙ୍ଗରେ ଆମେ ସିଲିଗୁଡିଗୁଡିରେ ଏକ ଜନସଭା କରିବା ପାଇଁ ଅନୁମତି ମାଗିଥିଲୁ ହେଲେ ସେଠାରେ ଥିବା ସ୍କୁଲରେ ପରୀକ୍ଷା ଚାଲୁଥିବାରୁ ଆମକୁ ମନା କରାଯାଇଥିଲା।

ଏହାପରେ ଗୁରୁବାର ରତିରେ ଆମେ ପୁଣି ସଭା ପାଇଁ ଅନୁମତି ମାଗିଥିଲୁ ହେଲେ ପ୍ରଶାସନ ଏଥିପାଇଁ ଅନୁମତି ଦେଇ ନ ଥିଲେ।

ଏନେଇ ଟିଏମସି ଏମପି ସାନ୍ତୁନୁ ସେନ୍‌ କହିଛନ୍ତି, ଅଧିର ରଞ୍ଜନଙ୍କ ଯୋଗୁ ପଶ୍ଚିମବଙ୍ଗରେ ଇଣ୍ଡିଆ ମେଣ୍ଟ ଭାଙ୍ଗିଯାଇଛି। ଦ୍ୱିତୀୟରେ ସବୁ ରାଜନୈତିକ ପାର୍ଟି ରାଜ୍ୟରେ କାର୍ଯ୍ୟକ୍ରମ କରୁଛନ୍ତି ଆଉ କେହି ବି କାହାର ବି କୌଣସି ଅସୁବିଧାର ସମ୍ମୁଖୀନ ହେଉନାହିଁ। ସିରୁଗୁଡିର ସ୍କୁଲରେ ପରୀକ୍ଷା ଅନୁଷ୍ଠିତ ହେଉଥିବାରୁ ଆମେ ଅନୁମତି ଦେଇପାରୁନାହୁଁ। କିନ୍ତୁ ପ୍ରାସନ ଏନେଇ ନିଷ୍ପତ୍ତି ନେବେ।

Comments are closed.