ବନ୍ଦ ହେଲା ଶିମିଳିପାଳ ଜାତୀୟ ଉଦ୍ୟାନ !!

ମୟୁରଭଞ୍ଜ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୬ ମାସ ବନ୍ଦ ହେବା ପରେ ନଭେମ୍ବର ୧ ରୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲାଯାଇଥିଲା ଶିମିଳିପାଳ ଜାତୀୟ ଉଦ୍ୟାନ ତେବେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପକୁ ଦୃଷ୍ଟିରେ ରଖି ଶିମିଳିପାଳ ଜାତୀୟ ଉଦ୍ୟାନକୁ ଆଜି ଠାରୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଦ କରାଯାଇଛି । ଏନେଇ ଶିମିଳିପାଳ ନ୍ୟାସନାଲ ପାର୍କର ଡେପୁଟି ନିର୍ଦେଶକ ସାଇ କିରଣ ଡି ସୂଚନା ଦେଇଛନ୍ତି। ବିଶେଷ କରି ଶୀତ ଋତୁରେ ଜାତୀୟ ଉଦ୍ୟାନରେ ଭିଡ଼ ଜମାଇଥିବା ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ପାଇଁ ପାର୍କରେ କୌଣସି ଅଘଟଣକୁ ରୋକିବା ପାଇଁ ଏହି ପଦକ୍ଷେପ ଏକ ସତର୍କତାମୂଳକ ପଦକ୍ଷେପ ଭାବେ ନିଆଯାଇଛି ।

Comments are closed.