ଅଜଣା ଜନ୍ତୁ ଆକ୍ରମଣରେ ୧୯ ମେଣ୍ଡା ମୃତ ସହ ୪ ମେଣ୍ଢା ଗୁରୁତର
କଳାହାଣ୍ଡି, ବୁଦ୍ଧେଶ୍ୱର ଚୌଧୁରୀ: କଳାହାଣ୍ଡି ଜିଲ୍ଲା ମ.ରାମପୁର୍ ବ୍ଲକ୍ ଡଙ୍ଗାପଟା ଗାଁରେ ଅଜଣା ଜନ୍ତୁର ଆତଙ୍କ । ଏହି ଗାଁର କୈଳାସ ମାଝୀ ନାମକ ଜଣେ ମେଣ୍ଢା ଚାଷିଙ୍କ ଗୁହାଳରେ ଅଜଣା ଜନ୍ତୁ ପଶି ୧୯ ଟି ମେଣ୍ଢା କୁ ଆକ୍ରମଣ କରି ମାରି ଦେଇଥିବା ଅଭିଯୋଗ ହୋଇଛି । ତେବେ କୈଲାସ ମାଝୀଙ୍କ ମୋଟ ୨୩ ଟି ମେଣ୍ଢା ମଧ୍ଯରୁ ୧୯ ଟି ମେଣ୍ଢା ମରି ଯାଇଥିବା ବେଳେ ଆଉ ୪ ଟି ମେଣ୍ଢା ଗୁରୁତର ଅବସ୍ଥାରେ ଅଛନ୍ତି । ସମସ୍ତ ମେଣ୍ଢାଙ୍କ କାନ ଓ ବେକରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି । ସବୁଦିନ ପରି ଗତକାଲି ମଧ୍ୟ କୈଳାଶ ମେଣ୍ଢା ଚରାଇ ଗୁହାଳରେ ବାନ୍ଧିଥିଲେ । କିନ୍ତୁ ଦୂର୍ଭାଗ୍ଯ ବସତଃ ରାତିରେ କୌଣସି ଅଜଣା ଜନ୍ତୁ ଆସି ମେଣ୍ଢା ମାନଙ୍କୁ ସିକାର କରାଯାଇଥିବା କହିଛନ୍ତି କୈଲାସ ମାଝୀ । ଗରିବ କୈଳାଶ, ମେଣ୍ଢା ପାଳି ପରିବାର ପ୍ରତିପୋଷଣ କରୁଥିବା ବେଳେ ଏବେ ସେ ଚିନ୍ତାରେ ଅଛନ୍ତି । ତେବେ ଏ ପରିବାର ପ୍ରତି ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା ପାଇଁ ସାଧାରଣରେ ଦାବି ହୋଇଛି ।
Comments are closed.