ଶରତ ପାୱାରଙ୍କୁ ମିଳିବ ନୂଆ ଲୋଗୋ

0

ମୁମ୍ବାଇ,: ମହାରାଷ୍ଟ୍ରରେ ଲୋକ ସଭା ନିର୍ବାଚନ ପୂର୍ବରୁ ବରିଷ୍ଠ ନେତା ଶରଦ ପାୱାରଙ୍କୁ ଏକ ବଡ ଝଟକା ଲାଗିଛି। ନିର୍ବାଚନଆୟୋଗ (ଇସି) ତାଙ୍କ ପୁତୁରା ଅଜିତ ପାୱାରଙ୍କ ଦଳକୁ ପ୍ରକୃତ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ଭାବରେ ଘୋଷଣା କରିଛନ୍ତି। ଅଜିତ ପାୱାର ଦଳକୁ ଘଣ୍ଟାକୁ ଦଳର ପ୍ରତୀକ ଭାବେ ଆୟୋଗ ମଧ୍ୟ ହସ୍ତାନ୍ତର କରିଛନ୍ତି। ଏଥିସହ ନିର୍ବାଚନ ଆୟୋଗ ଶରଦ ପାୱାର ଦଳକୁ ଆଜି ସା ସୁଦ୍ଧା ତିନୋଟି ନାମ ଏବଂ ପ୍ରତୀକ ପରାମର୍ଶ ଦେବାକୁ କହିଛନ୍ତି, ଯାହା ସେମାନଙ୍କୁ ବଣ୍ଟନ କରାଯିବ।

ସୂତ୍ରରୁ ପ୍ରକାଶ ଯେ, ଶରଦ ପାୱାରଙ୍କ ଦଳ ନିର୍ବାଚନ ଆୟୋଗଙ୍କ ନିକଟକୁ ‘ଶରଦ ପାୱାର କଂଗ୍ରେସ’, ‘ମୁଁ ଜଣେ ଜାତୀୟତାବାଦୀ ଏବଂ ଶରଦ ପାୱାର ସ୍ବାଭିମାନୀ ପକ୍ଷ’ ନାମର ପ୍ରସ୍ତାବ ପ୍ରସ୍ତାବ ପଠାଇ ପାରିବେ। ଏଥି ସହିତ, ଚଷମା, ଉଦୟ ସୂର୍ଯ୍ୟ ଏବଂ ସୂର୍ଯ୍ୟମୁଖୀ ନିର୍ବାଚନ ପ୍ରତୀକ ଭାବରେ ପଠାଇପାରିବେ।

Leave A Reply

Your email address will not be published.