ଏନସିପି ଜାତୀୟ ସଭାପତି ପଦରୁ ଇସ୍ତଫା ଦେଲେ ଶରତ ପାୱାର

ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଚର୍ଚ୍ଚା ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାର ଆଜି ଏକ ବଡ଼ ଘୋଷଣା କରିଛନ୍ତି। ସେ ଦୁଇ ଦଶଂଧି ଧରି ରହିଥିବା ଦଳ ଏନସିପିର ଜାତୀୟ ସଭାପତି ପଦରୁ ଇସ୍ତଫା ଘୋଷଣା କରିବା ପରେ ଏହି ଖବର ସମସ୍ତଙ୍କୁ ଚକିତ କରିଛି। ତେବେ ଶୁଣିବାକୁ ମିଳୁଛି ‌ଯେ ଏନ୍‌ସିପି ମୁଖ୍ୟ ପାୱର ଓ ଦଳର କିଛି ବିଧାୟକ ବିଜେପିରେ ଯୋଗ ଦେଇପାରନ୍ତି। ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶରଦ କହିଛନ୍ତି, ‘ମୁଁ ଏନ୍‌ସିପିର ସଭାପତି ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି।’ ସେ ଏହି ଘୋଷଣା କରିବା ପରେ ତାଙ୍କୁ ଉପସ୍ଥିତ ଜନତ‌ା ଖୁସିରେ ପାଟି ଚିଲାଇ ଶୁଭେଚ୍ଛା ଜଣାଇଥିଲେ। ତେବେ ଶରଦ ଏକଥା ସ୍ପ‌ଷ୍ଟ କରିଛନ୍ତି ଯେ ସେ ରାଜନୀତିରୁ କିନ୍ତୁ ସନ୍ୟାସ ନେଉନାହାନ୍ତି। ଯଦିଓ ସେ ଏନ୍‌ସିପି ସଭାପତି ପଦରୁ ଇସ୍ତଫା ନେଉଛନ୍ତି କିନ୍ତୁ ଜନତାଙ୍କ ଜୀବନରୁ ଦୂରେଇ ଯାଉନାହାନ୍ତି ବୋଲି ଘୋଷଣା କରିଛନ୍ତି।

ଶରଦ ପାୱାର ଦଳର ମୁଖ୍ୟ ପଦରୁ ଇସ୍ତଫା ଘୋଷଣା କରିବା ପରେ କିଛି ଏନ୍‌ସିପି ନେତା ଏହାକୁ ନେଇ ଆପତ୍ତି ଜାହିର କରିଥିଲେ। ପାୱାରଙ୍କ ଭାଷଣ ଶେଷ ହେବା ପରେ ସେମାନେ ମଞ୍ଚ ଉପରକୁ ଉଠିଯାଇ ଆଉ ଥରେ ଭଲ କରି ଚିନ୍ତା କରିବାକୁ ନିବେଦନ କରିଥିଲେ। ଉଲ୍ଲେଖଯୋଗ୍ୟ, ନିକଟ ଅତୀତତେ ଶରଦ କହିଥିଲେ ଯେ ରୁଟି ଓଲଟାଇବାର ସମୟ ଆସିଛି। ମୁମ୍ବାଇରେ ଯୁବା ମନ୍ଥନ କାର୍ଯ୍ୟକ୍ରମରେ ସେ କହିଥିଲେ କି, କେହି ମୋତେ କହିଥିଲେ ଯେ ରୁଟିକୁ ଠିକ୍ ସମୟରେ ଓଲଟାଇବାକୁ ପଡିଥାଏ। ଯଦି ରୁଟି ଠିକ ସମୟରେ ନ ଓଲଟା ଯାଏ, ତେବେ ଏହା ପୋଡ଼ିଯାଇଥାଏ। ବର୍ତ୍ତମାନ ରୁଟିକୁ ଓଲଟାଇବା ପାଇଁ ଉପଯୁକ୍ତ ସମୟ ଆସିଛି, ଏଥିରେ କୌଣସି ବିଳମ୍ବ ହେବା ଉଚିତ୍ ନୁହେଁ। ଏହି ପରିପ୍ରେକ୍ଷୀରେ ମୁଁ ଦଳର ବରିଷ୍ଠ ନେତାମାନଙ୍କୁ ଏହା ଉପରେ କାର୍ଯ୍ୟ କରିବାକୁ ଅନୁରୋଧ କରୁଛି।’ପୂର୍ବତନ ମୁଖ୍ୟମନ୍ତ୍ରୀ ଶରଦ ପାୱାରଙ୍କ ଏହି ବିବୃତ୍ତି ଏପରି ଏକ ସମୟରେ ଆସିଥିଲା ଯେତେବେଳେ ତାଙ୍କ ପୁତୁରା ତଥା ଏନସିପି ନେତା ଅଜିତ ପାୱାରଙ୍କ ପରବର୍ତ୍ତୀ ରାଜନୈତିକ ପଦକ୍ଷେପ ନେଇ ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା।

Comments are closed.