ଶରତଙ୍କ ଇସ୍ତଫା ପରେ ଏମିତି କିଛି କହିଲେ ଅଜିତ ପାୱାର

ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଚର୍ଚ୍ଚା ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାର ଆଜି ଏକ ବଡ଼ ଘୋଷଣା କରିଛନ୍ତି। ସେ ଦୁଇ ଦଶଂଧି ଧରି ରହିଥିବା ଦଳ ଏନସିପିର ଜାତୀୟ ସଭାପତି ପଦରୁ ଇସ୍ତଫା ଘୋଷଣା କରିବା ପରେ ଏହି ଖବର ସମସ୍ତଙ୍କୁ ଚକିତ କରିଛି। ତେବେ ତାଙ୍କର ଏହି ଘୋଷଣାର କିଛି ସମୟ ପରେ ତାଙ୍କ ପୁତୁରା ଅଜିତ ପାୱାର ନିଜର ଗଣମାଧ୍ୟମରେ ମତ ରଖି କହିଛନ୍ତି ଯେ ମେସାନେ ହେଉଛନ୍ତି ଗ‌ୋଟାଏ ପରିବାରର। ଶରଦ ପାୱାର ଏ ବିଷୟରେ ଅ‌ାଉ ଥରେ ଚିନ୍ତା କରିବେ। ଶରଦ ପାୱାର ତାଙ୍କ ବା‌ୟୋଗ୍ରାଫିର ଦ୍ବିତୀୟ ସଂସ୍କରଣ ଉନ୍ମୋଚନ ଉତ୍ସବ ସମୟରେ ଏନ୍‌ସିପିର ଜାତୀୟ ସଭାପତି ପଦରୁ ଉସ୍ତଫା ଘୋଷଣା କରିଛନ୍ତି। ଏହି ସମୟରେ ଅଜିତ ପାୱାର ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ ଏବଂ ଏନ୍‌ସିପି କମିଟିର ନିଷ୍ପତ୍ତିକୁ ସେ ପାଳନ କରିବେ ବୋଲି ଗଣମାଧ୍ୟମରେ କହିଛନ୍ତି।

ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶରଦ ପାୱାର କହିଛନ୍ତି, ‘ମୁଁ ଏନ୍‌ସିପିର ସଭାପତି ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି।’ ସେ ଏହି ଘୋଷଣା କରିବା ପରେ ତାଙ୍କୁ ଉପସ୍ଥିତ ଜନତ‌ା ଖୁସିରେ ପାଟି ଚିଲାଇ ଶୁଭେଚ୍ଛା ଜଣାଇଥିଲେ।

Comments are closed.