ଏହି ୧୩ଟି ରାଜ୍ୟରେ ଦେଖାଦେଇପାରେ ଭୟଙ୍କର ବିଜୁଳି ସଙ୍କଟ

ନୂଆଦିଲ୍ଳୀ : ବହୁ ପରିମାଣରେ ଦେୟ ନ ଦେବା ୧୩ଟି ରାଜ୍ୟରେ ବିଜୁଳି ସଙ୍କଟ ଦେଖାଯାଇପାରେ ବୋଲି ଅନୁମାନ କରାଯାଇଛି । ରାଷ୍ଟ୍ରାୟତ୍ତ ପାୱର ସିଷ୍ଟମ ଅପରେଶନ କର୍ପୋରେଶନ ଲିମିଟେଡ(ପୋସୋକୋ) ୩ଟି ପାୱାର ଏକ୍ସଚେଞ୍ଜ, ଇଣ୍ଡିଆନ ଏନର୍ଜି ଏକ୍ସଚେଞ୍ଜ, ପାୱାର ଏକ୍ସଚେଞ୍ଜ ଅଫ ଇଣ୍ଡିଆ ଏବଂ ହିନ୍ଦୁସ୍ତାନ ପାୱାର ଏକ୍ସଚେଞ୍ଜକୁ ୧୩ଟି ରାଜ୍ୟରେ ୨୭ଟି ବିଦୁ୍ୟତ ବିତରଣ କମ୍ପାନୀର ବିଦୁ୍ୟତ୍ କାରବାର ଉପରେ ପ୍ରତିବନ୍ଧକ ଲଗାଇବାକୁ କହିଛି ।
ଏସବୁ ବିତରଣ କମ୍ପାନୀ ଉପରେ ବିଦୁ୍ୟତ ଉତ୍ପାଦକ କମ୍ପାନୀର ବହୁ ପରିମାଣରେ ବକେୟା ରହିଛି ।

ଏହି ତାଲିକାରେ ଆସୁଥିବା ରାଜ୍ୟ ଗୁଡିକ ହେଉଛି ମହାରାଷ୍ଟ୍ର୍ର ମଧ୍ୟପ୍ରଦେଶ, ରାଜସ୍ଥାନ, କର୍ନାଟକ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ, ବିହାର, ଛତିଶଗଡ ଓ ଝାଡଖଣ୍ଡ । ତେଣୁ ସବୁ ରାଜ୍ୟରେଆଗାମୀ ଦୀନରେ ବିଜୁଳି ସଙ୍କଟ ଉପୁଜିପାରେ ବୋଲି ଅନୁମାନ କରାଯାଉଛି ।

Comments are closed.