ଟରୋଣ୍ଟୋଠାରେ ଗୁଳିକାଣ୍ଡ: 14 ଆହତ, ମୃତ୍ୟୁ ସଂଖ୍ୟା ଅସ୍ପଷ୍ଟ

ଗତକାଲି ରାତିରେ ଟରୋଣ୍ଟୋଠାରେ ଗୁଳିଚାଳନା ହୋଇଥିଲା, ଯେଉଁଥିରେ 14 ଜଣ ଆହତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଏପର୍ଯ୍ୟନ୍ତ ଅସ୍ପଷ୍ଟ ହୋଇ ରହିଛି । ଗୁଳିଚାଳନା କାହା କାହା ମଧ୍ୟରେ ଓ କେଉଁ ଉଦ୍ଦେଶ୍ୟକୁ ଭିର୍ତ୍ତି କରି ହୋଇଥିଲା ହୋଇଥିଲା ଏପର୍ଯ୍ୟନ୍ତ ଜଣାନପଡି ଥିବାବେଳେ ଗୁଳି ଚଳାଇଥିବା ବ୍ୟକ୍ତିର ହତ୍ୟା କରାଯାଇଛି ବୋଲି ଟରୋଣ୍ଟୋ ପୋଲିସ ସୂଚିତ କରିଛି । ରାତି ପ୍ରାୟ ୧୦ଟାରେ ହୋଇଥିବା ଏହି ଗୁଳି କାଣ୍ଡରେ ୨୦ରୁ ୩୦ ଥର ଗୁଳି ଫୁଟିଥିଲା । ପରେ ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Comments are closed.