ବନ୍ଧା ହେଲେ ବରିଷ୍ଠ କଂଗ୍ରେସ ନେତା ତଥା ଥିରୁବନ୍ତପୁରମ୍‌ ସାଂସଦ ଶଶି ଥରୁର

ବନ୍ଧା ହେଲେ ବରିଷ୍ଠ କଂଗ୍ରେସ ନେତା ତଥା ଥିରୁବନ୍ତପୁରମ୍‌ ସାଂସଦ ଶଶି ଥରୁରଙ୍କ ପିଏ। ଦିଲ୍ଲୀ ବିମାନ ବନ୍ଦରରୁ ପୁଲିସ ତାଙ୍କୁ ଗିରଫ କରିଛି। ବିଦେଶରୁ ସୁନା ଚୋରା ଚାଲାଣ କରୁଥିବା ବେଳେ ସେ ଧରାପଡିଥିବା ସୂଚନା ମିଳିଛି।

ଏହି ମାମଲା ସମ୍ପର୍କରେ ସୂଚନା ଦେଇ କଷ୍ଟମ ବିଭାଗର ଅଧିକାରୀମାନେ କହିଛନ୍ତି ଯେ ଦୁବାଇରୁ ଫେରୁଥିବା ସମୟରେ ଶଶି ଥରୁରଙ୍କ ସହକାରୀ ବା ପିଏ ଶିବ କୁମାରଙ୍କୁ ଦିଲ୍ଲୀ ବିମାନବନ୍ଦରରୁ ଗିରଫ କରାଯାଇଛି। ତାଙ୍କ ନିକଟରୁ ବିପୁଳ ପରିମାଣରେ ସୁନା ଜବତ ହୋଇଛି। ନିର୍ଦ୍ଧାରିତ ସୀମା ଠାରୁ ନିଜ ପାଖରେ ଅଧିକ ସୁନା ରଖିଥିବା ତାଙ୍କ ବିରୋଧରେ ଅଭିଯୋଗ ହୋଇଛି।

କଷ୍ଟମ ବିଭାର ଅଧିକାରୀମାନେ ତାଙ୍କୁ ସୁନା ସହ ଜଡିତ ଡକ୍ୟୁମେଣ୍ଟ ମାଗିଛନ୍ତି। ତେବେ ଏତେ ପରିମାଣର ସୁନା ସେ କେଉଁଠୁ ଆଣିଲେ ତାହା ଜାଣିବା ପାଇଁ ତାଦନ୍ତ ଜାରି ରହିଛି। କୁହାଯାଉଛି ଯେ, କଷ୍ଟମ୍‌ ବିଭାଗ ଶିବ କୁମାରଙ୍କ ନିକଟରୁ ପ୍ରାୟ ୩୦ ଲକ୍ଷ ଟଙ୍କାର ସୁନା ଜବତ କରିଛି।

Comments are closed.