ମହାରାଷ୍ଟ୍ରରେ କଂଗ୍ରେସକୁ ବଡ ଝଟକା

ମହାରାଷ୍ଟ୍ରରେ ଲୋକସଭା ନିର୍ବାଚନର ଠିକ୍ ପୂର୍ବରୁ କଂଗ୍ରେସକୁ ବଡ ଝଟକା ଲାଗିଛି । କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶିବରାଜ ପାଟିଲଙ୍କ ବୋହୂ ଅର୍ଚ୍ଚନା ପାଟିଲ ଚାକୁରକର ଶନିବାର ଦିନ ବିଜେପିରେ ଯୋଗ ଦେଇଛନ୍ତି । ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ଉପସ୍ଥିତିରେ ସେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ଶୁକ୍ରବାର ଦିନ ଅର୍ଚ୍ଚନା ଦେବେନ୍ଦ୍ର ଫଡନଭିସଙ୍କୁ ଭେଟିଥିଲେ ।

ଅର୍ଚ୍ଚନା ବିଜେପିରେ ସାମିଲ ହେବା ପରେ ଦେବେନ୍ଦ୍ର ଫଡନଭିସ୍ କହିଛନ୍ତି କି, ଅର୍ଚ୍ଚନାଙ୍କର ସମାଜସେବା କ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରହିଛି । ସେ ବିଜେପିରେ ଯୋଗଦେବା ପରେ ମରାଠାୱାଡା ପାଇଁ ବିଜେପିକୁ ଏକ ଭଲ ନେତୃତ୍ୱ ମିଳିଥିବା କଥା ସେ କହିଛନ୍ତି ।

କେବଳ ଅର୍ଚ୍ଚନା ନୁହଁନ୍ତି କିଛିଦିନ ତଳେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବସବରାଜ ପାଟିଲ ମଧ୍ୟ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ । ବସବରାଜ ପାଟିଲ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଶିବରାଜ ପାଟିଲଙ୍କ ପୁଅ ।

Comments are closed.